STORYMIRROR

Mitanjali Satapathy

Inspirational

3  

Mitanjali Satapathy

Inspirational

ବୋଉ

ବୋଉ

1 min
631

ବୋଉ ତୁ ଏମିତି ମଣିଷଟେ 

କେମିତି ଗଢ଼ିଲା ବିଧାତା ତୋତେ 

କେତେ ସହନଶୀଳତା ଭରପୂର ତୋ ପାଶେ |


କେତେ ଦୁଃଖ କଷ୍ଟ ନ ସହିଛୁ ତୋ ସନ୍ତାନ ପାଇଁ 

ତଥାପି ତୋ ଓଠୁ କେବେ ହସ ଲିଭି ନାହିଁ |


ଯେତେ ଦୂରେ ଥିଲେ ବି ଖୁସି ଖବରଟେ ପାଇଲେ 

ଖୁସିରେ ନାଚିଯାଉ ତୁହି |


ସନ୍ତାନର ଟିକେ ଦୁଃଖ ଦେଖିଲେ 

ନୟନୁ ତୋର ବହିଯାଏ ଗଙ୍ଗା ଯମୁନା ଧାରା 

ସାରା ଧରା ଦିଶେ ତୋତେ ଅନ୍ଧାର ପରା | 


କେତେ ଦେବା ଦେବୀ ମନାସୀ ଯାଉ 

କେତେ ନିର୍ମଳ ତୋ ହୃଦୟଟା ସତେ |


ମୋ ବୋଉ ହାତ ରନ୍ଧାରେ ଅଛି ଏମିତି ଯାଦୁ 

ହୋଟେଲ ରନ୍ଧା ଚୁଲିକୁ ଯାଉ |


ତୋ ହାତ ତିଆରି ଆରିସା ,କାକରା ,ମଣ୍ଡା,ଗଇଁଠା 

ନୁହଁ ସରି ପିଜା,ବର୍ଗର ପରା |


ତୋ ପାଦେ ମୋର କୋଟି କୋଟି ପ୍ରଣାମ 

ପାରିବିନି ଶୁଝି କେବେ ତୋ ଦିଆ ଅବଦାନ |

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ

Similar oriya poem from Inspirational