ମୋ ବାପା
ମୋ ବାପା
ମୋ ବାପା
ମନରେ ଯଦି ଥିଲା ଦେବାକୁ ଏମିତି ଦୁଃଖ
କାହିଁକି କହ ମୋତେ କରିଲୁ ପାପର ଭାଗୀଦାର ।
ମୁଁ କରିଲି ତୋତେ ଅଗାଢ଼ ବିଶ୍ୱାସ
ଡାକ୍ତରଙ୍କ କଥାକୁ କରିଲି ଆଖି ବୁଜି ବିଶ୍ୱାସ
ସମସ୍ତେ ଦେଲେ ମୋ ବିଶ୍ୱାସ ରେ ବିଷ ।
ବାପା ଚାହୁଁଥିଲେ ଦେଖିବାକୁ ତାଙ୍କ ନିଜ ଲୋକ
ଭଲ ହୋଇଯାଇଥାନ୍ତେ ଥିଲା ମୋ ବିଶ୍ୱାସ
ମନା କରିଦେଲି ମୋ ବୋଉ , ଭାଉଜ,ପୁଅ ପୁତୁରା ଙ୍କୁ
ମନା ନ କରିଥିଲେ ଆସି ଥାଆନ୍ତେ ସଭିଏଁ ।
ମୋ ବାପା ହୋଇଥାଆନ୍ତେ ଖୁସି
ମନେ ରହି ନ ଥାଆନ୍ତା ଦୁଃଖ ଅବସାଦ ।
ନିଜ ଲୋକଙ୍କୁ ନ ଦେଖି
ବୁଜି ଦେଲେ ଚିରଦିନ ପାଇଁ ଆଖି।
ହେଲେ ସଭିଏଁ ଆସିଲେ
ସେତେବେଳକୁ ବାପା ନ ଥିଲେ ଏ ଇହ ଲୋକେ।
ବଞ୍ଚିଥିବା ଯାଏ ଭୁଲି ପାରିବିନି
କାହିଁକି ବସିଲ ମୋ କଣ୍ଠେ ତୁମେ
କହିଲି ପାଖ ଡାକ୍ତର ହସ୍ପିଟାଲ ନାମ
ମୋ ସୁସ୍ଥ ବାପାଙ୍କୁ କରିଲେ ଅତ୍ୟାଚାର
ଦେଲେ ମାନସିକ ଯନ୍ତ୍ରଣା, ଶାରୀରିକ ଯନ୍ତ୍ରଣା ।
ନିଜ ଲୋକଙ୍କଠାରୁ ଦୂରାଇ ଦେଲେ
କରି ଦେଲେ ରୋଗାକ୍ରାନ୍ତ
ଝରାଇଲେ ଲୁହ ସଦା ଆଖିରୁ ତାଙ୍କର
ଶେଷେ ନେଇଗଲ ତୁମେ, ମୋତେ କରି ବାପଛେଉଣ୍ଡ ।
ମିତାଞ୍ଜଳି ଶତପଥୀ
