STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଖୁସି ନାହିଁ

ଖୁସି ନାହିଁ

1 min
168

ଜୀବନ ଅଛି ଜୀଇଁବା ନାହିଁ

ସମ୍ପର୍କ ଅଛି ମଧୁରତା ନାହିଁ

ବନ୍ଧୁତା ଅଛି ବିଶ୍ବାସ ନାହିଁ

ପ୍ରେମ ଅଛି ଭରସା ନାହିଁ

ଭଗବାନ ଛନ୍ତି ଭକ୍ତ ନାହିଁ

ମନ ଅଛି ବିବେକ ନାହିଁ।


କହ ତୁ କେମିତି ପହଁରିବୁ

ଏ ଭରା ସଂସାର ସାଗର

ନାହିଁ ନାହିଁ ଏଇ ପୃଥିବୀରେ ଏକା ଏକା ।


ସ୍ୱପ୍ନ ଅଛି ଆଖି ନାହିଁ

ରାତି ଅଛି ନିଦ ନାହିଁ

ଜହ୍ନ ଅଛି ଜୋଛନା ନାହିଁ

ସୂର୍ଯ୍ୟ ଅଛି କିରଣ ନାହିଁ

ପବନ ଅଛି ବହୁ ନାହିଁ

ଝରଣା ଅଛି ପାଣି ନାହିଁ।


କହରେ ମଣିଷ

ମୌଳିକ ଆବଶ୍ୟକତା ପୂର୍ତ୍ତି ପାଇଁ

ନାହିଁ ନାହିଁ ଏ କଦାକାର ଧରାରେ 

କେମିତି ବଞ୍ଚିବୁ ସୁନ୍ଦର ଜୀବନ ଟେ ତୁହି ।


ହୃଦୟ ଅଛି ଆବେଗ ନାହିଁ

ଶରୀର ଅଛି ଅନୁଭବ ନାହିଁ

ନେବା ଅଛି ଦେବା ନାହିଁ

ସ୍ୱାର୍ଥ ଅଛି ତ୍ୟାଗ ନାହିଁ

କରିବା ଅଛି ଶ୍ରମ ନାହିଁ

ଅଧିକାର ଅଛି କର୍ତ୍ତବ୍ୟ ନାହିଁ।


କହ କହ କେମିତି ବଞ୍ଚିବୁ ତୁହି

ଆଳସ୍ୟର ବସ୍ତା ବହି

ନାହିଁ ନାହିଁ ଏ ଜଟିଳ ଦୁନିଆଁରେ ।


ଫୁଲ ଅଛି ରଙ୍ଗ କି ବାସ ନାହିଁ

କର୍ମ ଅଛି ନିଷ୍ଠା ନାହିଁ

ଉପକାର ଅଛି କୃତଜ୍ଞତା ନାହିଁ

ଖାଇବା ଅଛି ପେଟ ନାହିଁ

ଘର ଅଛି ଲୋକ ନାହିଁ

ସବୁ ଅଛି ଖୁସି କି ଶାନ୍ତି ନାହିଁ।


କହରେ ନିର୍ବୋଧ !

କେମିତି ପ୍ରତିକୂଳ ପରିବେଶେ

ପହଞ୍ଚି ପାରିବୁ ଲକ୍ଷ୍ୟ ସ୍ଥଳେ ତୁହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational