STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଖୋଲିଦିଅ

ଖୋଲିଦିଅ

1 min
128


ଖୋଲିଦିଅ ତୁମେ ରୁଦ୍ଧ କାରାଗାର

ଖୋଲ ପଞ୍ଜୁରିର ଦ୍ବାର।

ଉଡିଯାଉ ପକ୍ଷୀ ଦୂର ଆକାଶକୁ

ଢେଣା ମେଲି ଫରଫର।

ପ୍ରଭେଦ ପ୍ରାଚୀର ହଟେଇ ଦିଅହେ

ଲମ୍ବୁ ସଂପର୍କର ଡୋର।

ଭୂମିରୁ ଭୂମାକୁ ମୁକ୍ତ ଅଗଣାକୁ

ହାତ ଧରି ବିଶ୍ବାସର।

ଇନ୍ଦ୍ରଧନୁର ସାତରଙ୍ଗ ବୁଣି

ଫଗୁଣର ସଙ୍ଗତରେ।

ଜୀବନର ପାଦଶବ୍ଦ ବଢୁଥାଉ

ସୁମନଙ୍କ ଗହଣରେ।

ନିଛାଟିଆ ଖରାବେଳ ହସୁଥାଉ

ବିହଙ୍ଗଙ୍କ କୁଜନରେ।

ପୃଥିବୀ ଛାତିରେ ଆକାଶର ଛାଇ

ବଉଦର ଦୋଳନରେ।

ଜୀବନ ଗଣିତ କଷୁକଷୁ କେବେ

ଧୂଆଁଳିଆ ମୁହୂର୍ତ୍ତରେ।

ଉଡାଣର ଲକ୍ଷ୍ୟ ସଫଳତା ପାଉ

ସବୁ ଜନ୍ମ ଜନ୍ମାନ୍ତରେ।

ରଙ୍ଗିନ କାଗଜ ଗୁଡିଟିଏ ହୋଇ

ସକାଳରୁ ସଞ୍ଜଯାଏ।

ଅଥଳ ଶୂନ୍ୟତା ଭେଦି ଉଡୁଥାଏ

ଅନ୍ଧାରୁ ଆଲୁଅ ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational