ମୋ ଅନର୍ସମେଟ୍
ମୋ ଅନର୍ସମେଟ୍
ହସଟି ଯାର ଅମୂଲ ମୂଲ
କଥା କୋଇଲି କୁହୁ
ଭାବରେ ପୂର୍ଣ୍ଣ ହୃଦୟୁ ଯାର
ଝରେ ନିର୍ମଳ ସ୍ନେହ ମହୁ;
ସେଇ ପରିଟି ଆମ ସାଙ୍ଗ
ମନ କିଣା ଯା ରଙ୍ଗ ଢଙ୍ଗ।
"ମୋ ଅନର୍ସମେଟ୍ "ସିଏ
ତାର କଣି ପରି ଦେହ
ଦିଟା ବେଣୀ ଆଗକୁ ଛାଡି
ହସେ ଝଲସୁ ଥିଲା ମୁହଁ;
ତାରାଗଣେ ସେ ଥିଲା ଜହ୍ନ
ସ୍ନେହ ପ୍ରେମେ ଭର୍ତ୍ତି ତା ମନ।
ଶୁଭେଚ୍ଛା ଆଉ ସୁକାମନା
ଅନ୍ତର ତଳୁ ମୋର
କାଳିଆ ପଦେ କରେ ମିନତୀ
ଝରାନ୍ତୁ ଚଲାପଥେ ତୋର;
ହସ କରୁଥାଉ ନିତି ପ୍ରେମ
ସୁସ୍ଥ ଶାନ୍ତିରେ ବିତୁ ଆଜୀବନ।
ଆଜି ଅଛୁ କାଲି ନଥିବୁ
ଏ ତ ସମୟ ଖେଳ
ଯେତିକି ଦିନ ଅଛୁ ସଂସାରେ
ଖୁସି ଚୁମୁ ଜୀବନ ତୋର;
ଆକାଶେ ଶୁଭକାମନା ଘେନିବୁ ସାଙ୍ଗ ମୋର
ହୃଦ ବନ୍ଦୀ କରି ରଖିଛି ତୋତେ ମନ ମୋର।