STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଆ ଭବାନୀ

ମାଆ ଭବାନୀ

1 min
300

ସଙ୍କଟ ତାରିଣୀ ବିପଦ ହାରିଣୀ

  ତୁମେ ତ ମାତା ଭବାନୀ.

ଦଶଭୁଜା ହୋଇ ଅବତାର ନେଇ

  ହରିଲ ଭାରା ମେଦିନୀ.

ମାତା, ତୁମେ ମହିଷା ମର୍ଦ୍ଦିନୀ. l0l


ହେ ବିନ୍ଧ୍ୟ ବାସିନୀ ଯକ୍ଷଙ୍କ ନନ୍ଦିନୀ

  ସର୍ବ ଦୁଃଖ ହାରି ମାତା.

ତୁମ କୃପା ବଳେ ସର୍ବ ଦେବାଦେବୀ

  ବୋଲାନ୍ତି ଜଗତ ଜିତା.

ବିଘ୍ନ ବିନାଶିନି ତ୍ରିପୁର ମୋହିନୀ

  ତୁମେ ତ ସିଂହବାହିନୀ. l1l


ଶିବଙ୍କ ଘରଣୀ ଆଶିଷ ଦାୟିନୀ

  ସୁଖ ପ୍ରଦାୟିନୀ ମାଆ.

ଢାଳି ଦେଇ ତୋର ଆଶିଷ ବାରି

  ଜଗତକୁ ହେଉ ସାହା.

ମନ୍ଦାର ମାଳିନୀ ଜଗତ କଲ୍ୟାଣୀ

  ତୁମେ ଜଗତ ଜନନୀ. l2l


ଦୁର୍ଲ୍ଲଭ ରୂପିଣୀ ଜ୍ଞାନ ପ୍ରଦାୟିନୀ

  ତୁମେ ମାତା କାତ୍ୟାୟିନୀ.

ହେ ମୀନ ଲୋଚନୀ ତୁମେ ଅନ୍ନପୂର୍ଣ୍ଣି

   ଶୁଭ୍ରାୟିନୀ ନାରାୟଣୀ.

ଶସ୍ତ୍ରମୟୀ ମାଆ ସୁଖମୟୀ ମାଆ

   ଶିବାନୀ ଜ୍ଞାନ ରୂପିଣୀ . l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational