STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ମାଆଙ୍କୁ ସ୍ୱାଗତ

ମାଆଙ୍କୁ ସ୍ୱାଗତ

1 min
197

କାଶତଣ୍ଡି ହଲି ଝୁଲି 

ଗଜରାରେ ଗଭା ଫୁଲି 

ଖିଲି ଖିଲି ହସି ଖାଲି 

କହେ ଦୁର୍ଗା ମାଆ ଆସ ଆସ 

ଶରତତ ନିଶାଶକ୍ତ 

ହେମନ୍ତର ଧରି ହସ୍ତ 

ଅଳ୍ପ ଅଳ୍ପ ରାତି ଶୀତ 

କହେ ଦୁର୍ଗା ମାଆ ଆସ ଆସ 

ନିଆଁଲଗା ବରଷାଟା 

ଅମାନିଆ ଲଘୁଚାପ ବା 

କଥାମାନି ରହିଯାଆ 

କହୁ ଦୁର୍ଗା ମାଆ ଆସ ଆସ 

ଧରଣୀଟା ଆନନ୍ଦରେ 

ଫୁଲଫୁଟାଏ ଧରଣୀରେ 

ଜୁଇ ଯାଇ ହେନା ଟଗରେ 

କହେ ଦୁର୍ଗା ମାଆ ଆସ ଆସ 

ଜହ୍ନରାତି ଅମାନିଆ 

ତାରାଫୁଲ ଅଦିନିଆ 

ନୀଳକଇଁ ଫୁଲାଣିଆ 

କହେ ଦୁର୍ଗା ମାଆ ଆସ ଆସ 

ଷଡ଼ରିପୁ ଭୟଭୀତ 

ସଂତ୍ରାସଆତଙ୍କ ପରାହତ 

ମହାମାରୀ ଭୂପତିତ 

କହୁ ଦୁର୍ଗା ମାଆ ଆସ ଆସ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational