STORYMIRROR

Balaji Sethi

Inspirational

3  

Balaji Sethi

Inspirational

ବିଭେଦ

ବିଭେଦ

1 min
158

        

ଫୁଟିବାକୁ ଇଚ୍ଛା ଫୁଟି ପାରୁନାହିଁ

ବୃନ୍ତଚ୍ୟୁତ ଫୁଲ କଢ଼ି

ଆବଦ୍ଧିତ ପକ୍ଷୀ ନୀଳ ନଭ ଦେଖି

ପାରୁନାହିଁ ସିଏ ଉଡ଼ି ।।


ବନ୍ଦ ବୋତଲର ସୁଗନ୍ଧି ଅତର

ମୁକ୍ତ ମଳୟେ କି ସରି

ସୁବର୍ଣ୍ଣ ଘଡାର ସୁବାସ ପାନୀୟ

ତୃଷା କି ପାରଇ ମାରି ।।


ମଧୁ କୋଷେ ମଧୁ ସଞ୍ଚେ ପ୍ରାୟେ ସାଧୁ

ଶ୍ରମ ସାଧି ମଧୁକାରୀ

ବରଳେ ବିଞ୍ଚନ୍ତି ଗରଳ କଣ୍ଟକ

ହେବେ କାହୁଁ ଉପକାରୀ ।।


ଅନିଷ୍ଟ ନ କରି ସଭିଙ୍କ ବଇରୀ

ଫାନ୍ଦ କୁ ଅବୁଝା ମୀନ

ହରଷେ ଉଦର ତୋଷେ କୂଟକାର

ନିର୍ଦୟେ ଫନ୍ଦି ପରାଣ ।।


ମହତ ଜନର ମହତ ବେଭାର

ଭୋକୀ ଜାଣେ ଭୋକ କଥା

ଧୂର୍ତ୍ତ ଆଖି ସଦା ପାପ ଗଣ୍ଠିଲିରେ

ଧରମକୁ ନାହିଁ ଚେତା ।।


ମଙ୍ଗେ ନାହିଁ ଖଳ ସାଧୁ ଶୁଦ୍ଧି ମେଳ

ବିବାଦେ "ବିଭେଦ" ରଖି

ଛକି ବସିଥାଏ ଥୋଇବେ ବିଧାଏ

ନିରୀହ ପିଠିରେ ଦେଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational