STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

କି ସୁନ୍ଦର ଆମ ଓଡିଶା ରାଇଜ

କି ସୁନ୍ଦର ଆମ ଓଡିଶା ରାଇଜ

1 min
236


କି ସୁନ୍ଦର ଆମ   ଓଡିଶା ରାଇଜ

   କି ମଧୁର ଆମ ଭାଷା

ଓଡ଼ିଆ ଆମେରେ  ରଖି ଯିବା ଟେକ

   ପରହିତ ଆମ ପେଷା।

ଏଇଠି ରହିଛି   ବଡ଼ଦେଉଳ ଯେ

     ବଡ଼ଦାଣ୍ଡ ନୀଳାଚଳ

ଜଗନ୍ନାଥ ପ୍ରଭୁ  ଆମରି ଠାକୁର

    ଉଛୁଳେ ସାଗର ଜଳ।

ନଦ ନଦୀ ହ୍ରଦ  ପାହାଡ଼ ପର୍ବତ

    କେତେ ସବୁଜିମା ଭୂଇଁ

ଆଧ୍ୟାତ୍ମିକ ଆମ  ପୂରି ରହିଅଛି

    ଦିଏ ଜନ ମନ ଛୁଇଁ।

କୋଣାରକ କଳା  ଧଉଳି ସଦୃଶ୍ୟ

    ନନ୍ଦନକାନନ ଶୋଭା

ଘଟଗାଁ ତାରିଣୀ   ମଙ୍ଗଳା ମନ୍ଦିର

   ପ୍ରାଚୀ କୂଳେ ମନଲୋଭା।

ସମ୍ବଲପୁରର   ମାଆ ସମଲେଇ

    ଚିଲିକାର କାଳିଜାଇ

ଝଙ୍କଡ଼ ଗ୍ରାମର   ଶାରଳା ମନ୍ଦିର

    ଯାଜପୁର ବିରଜାଇ।

ବୁଲି ବୁଲି ଦେଖ   ସାରା ରାଇଜକୁ

    ଆହାକି ପବିତ୍ର ମାଟି

ଓଡ଼ିଆରେ ସଦା  କଥା ହେଉଥିଲେ

    ଭାଷା ଯାଏ ଫୁଟି ଫୁଟି।

ଭୁଲିବାନି ଜମା    ମାଆର ଭାଷକୁ

     ହେଉ ଜୀବନର ବ୍ରତ

ସବୁଠି କହିବା   ଆମେରେ ଓଡ଼ିଆ

    ଆମ ନେତା ଜଗନ୍ନାଥ।

  


Rate this content
Log in

Similar oriya poem from Inspirational