ନଈଠୁ ଶିଖିବା ଜଗତ ତୋଷିବା
ନଈଠୁ ଶିଖିବା ଜଗତ ତୋଷିବା
ଝର ଝର ହୋଇ ଯାଏ ସେତ ବୋହି
ଏ କୂଳୁ ସେ କୂଳ ଖାଇ
କୁଳୁ କୁଳୁ ସୂରେ ଗାଇଯାଏ ଗୀତ
ସବୁରି ମନକୁ ମୋହି ।
କେତେ ଗିରି ବନ ବନ୍ଧୁର ପଥ
ଆସିଛି ସେ ଡେଇଁ ଡେଇଁ
ଜଗତ ଜନର ତୃଷ୍ଣା ହରିବ
ନବ ଜୀବନ ତ ଦେଇ ।
ନର ପଶୁପକ୍ଷୀ କୀଟ ତରୁ ଲତା
କାମଧେନୁ ସେ ସବୁରି
ତାହାରି ପ୍ରସାଦେ ସଭିଁଙ୍କ କାମନା
ଯାଉଅଛି ପରା ପୁରି ।
ଏକ ଲକ୍ଷ୍ୟ ତାର ସାଗରେ ମିଶିବ
ନ ମାନେ ବନ୍ଧନ ବାଧା
ନଈ ଠୁ ଶିଖିବା ଜଗତ ତୋଷିବା
ବିଭୁ ପାଦେ ଲୟ ଦେବା ।