STORYMIRROR

Kalandi pal

Inspirational

3  

Kalandi pal

Inspirational

ନବରାତ୍ର ପୂଜା

ନବରାତ୍ର ପୂଜା

1 min
203

ନମସ୍ତୁତେ ମାତା ଅଯୋନି ସମ୍ଭୁତା

  ନମସ୍ତୁତେ ଶୈଳପୁତ୍ରୀ.

ବୃଷଭ ବାହିନୀ ଦ୍ୱିଭୁଜାବାହିନୀ

  ପ୍ରତିପଦା ପୂଜା ରାତ୍ରି.

ମାତା, ମୂଳାଧାର ଚକ୍ର ଦାତ୍ରୀ. l0l


ପୂର୍ଣ୍ଣ ଜ୍ୟୋତିର୍ମୟୀ କମନୀୟ ରୂପ

  ତପସ୍ୱୀ ବ୍ରହ୍ମଚାରିଣୀ.

ଦ୍ୱିତୀୟେ ଦ୍ୱିଭୁଜା ପଦ୍ମାସନେ ମାତା

  ଶିବେ ଧ୍ୟାୟନ୍ତି ଶିବାନୀ.

ଅର୍ଦ୍ଧ ଚନ୍ଦ୍ର ଭାଲେ ଚନ୍ଦ୍ରଘଣ୍ଟା ନାମେ

  ଦଶଭୁଜା ତ୍ରୟ ରାତ୍ରି. l1l


ଅଷ୍ଟାଭୁଜା ମାତା ହେ ବିଶ୍ୱକର୍ତ୍ତିନି

  ଚତ୍ୱାର୍ତ୍ରୀ କୁଷ୍ମାଣ୍ଡା ନାମ୍ନୀ.

ପଞ୍ଚରାତ୍ରେ ସ୍କନ୍ଦମାତା ଚତୁର୍ଭୁଜା

  ଷଷ୍ଠ ରାତ୍ରେ କାତ୍ୟାୟିନୀ.

ସିଂହ ବାହନରେ ମହିଷାର ବଧ

  ରଚିଥିଲ ଚର୍ତୁହସ୍ତି. l2l


କାଳରାତ୍ରୀ ନାମେ ସପ୍ତମ ନିଶିରେ

  ଚତୁର୍ଭୁଜା ତ୍ରୟ ନେତ୍ରୀ.

କାନ୍ତିମୟୀ ମହାଗୌରୀ ରୂପେ ମାୟେ

  ପୂଜା ପାଅ ଅଷ୍ଟରାତ୍ରି.

ସିଦ୍ଧିଦାତ୍ରୀ ନାମେ ନବ ଦୁର୍ଗା ବେଶେ

  ନବମୀ ରାତ୍ରିରେ ସ୍ତୁତି. l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational