Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3  

Birakishore Nayak

Inspirational

ଅନୁରାଗ ବୁଣି ଆସିଛି ଶୀତ

ଅନୁରାଗ ବୁଣି ଆସିଛି ଶୀତ

1 min
146


 ପ୍ରକୃତି ଦେଇଛି ଧରା ଦେହ ଛୁଇଁ

   କେତେ ଅନୁଭବ ପୁଲକେ ଭରା 

ମନ ହଜିଯାଏ ମୋହନ ରୂପରେ

   ଦୂର ହୋଇଯାଏ ହୃଦୟ ଭାରା |


ଅନୁରାଗ ବୁଣି ଆସିଛି ଯେ ଶୀତ

   ଶିଶିରେ ଶିଶିରେ ପକାଇ ପାଦ 

ସକାଳ କୁହୁଡି ସୂରୁଜ ଘୋଡ଼ାଇ

   ଭରିଦିଏ ଦେହେ ଶୀତର ସ୍ୱାଦ |


ଘର ଅଗଣାରେ ଗେଣ୍ଡୁଫୁଲ ହସେ

   କଅଁଳ ଖରାରେ ହଳଦୀ ମାଖି  

ତୁଳସୀ ମୂଳରେ କୁଆଁରୀ ହାତର

   ରଙ୍ଗ ମୁରୁଜରେ ଲାଖଇ ଆଖି |


ପଞ୍ଚୁକ ବୁଡ଼ରେ ଓଦା ପଣତରେ

   ଧୀର ସମୀରଣେ ଶିହରେ ଦେହ 

ମନ ଖୋଜୁଥାଏ ଉଷୁମ ପରଶ

   ପାହାନ୍ତି ଶେଜର ଅନ୍ତିମ ସ୍ନେହ |


ମାର୍ଗଶୀର ମାସ ଗୁରୁବାର ପାଇଁ

   ସୀମନ୍ତିନୀ ହୁଏ ଚଳ ଚଞ୍ଚଳା 

ଦାଣ୍ଡ ଦୁଆରକୁ ଗୋବରରେ ଲିପି

  ଚିତା ପକାଏ ଯେ ନକରି ହେଳା |


ମାଣବସା ଲକ୍ଷ୍ମୀ ପୂଜା ଘରେ ଘରେ

   ସଞ୍ଜେ ପଢ଼ାହୁଏ ଲକ୍ଷ୍ମୀପୁରାଣ 

ଭକ୍ତିଭରେ ପୂଜା କରେ ସୁଲକ୍ଷଣୀ

   ଯତନେ ବସାଇ ଧାନର ମାଣ |


ମାଆଙ୍କ ଆଶିଷେ ପୂର୍ଣ୍ଣ ହେବ କୋଠି

   କ୍ଷେତରୁ ଆସିବ ସୁନା ଫସଲ 

ଚାଷୀ ମୁହେଁ ହସ ଭରିଛି ଯେ ଶୀତ

   ଅନୁରାଗେ ହେବ ଭଲ ଅମଳ |



Rate this content
Log in

Similar oriya poem from Inspirational