Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଆମ ପରିବେଶ

ଆମ ପରିବେଶ

1 min
202



ସବୁଜିମାରେ ଭରି ଦେବାରେ,ଏହି ଆମରି ଧରା

ସୁଜଳା ସୁଫଳା,ଶସ୍ୟଶ୍ୟାମଳା,ବନିବ ବସୁନ୍ଧରା।

ବଢ଼ଇ ଜନ ଯାନବାହନ, କଳକବଜାମାନ,

ବିଜୁଳି ବେଗେ କ୍ଷୟ ହେଲାଣି,ଜଙ୍ଗଲ ବିଲ ବଣ।


ତାହାରି ବଳେ ବଢ଼ଇ ତାତି, ପ୍ରଦୂଷଣର ସ୍ତର

କେବଳ ଗଛ ଲଗାଇ କର,ସବୁରି ପ୍ରତିକାର।

ଓଜନ ସ୍ତର ଛିଦ୍ର ହେଲାଣି, ବଢ଼ିଗଲାଣି ତାତି

ଚର୍ମ କର୍କଟ,ଏଡ଼ସ,କୋରନା ରୋଗ ଆସଇ ମାତି।


ବରଷା କାଳେ ବରଷା ବିନୁ ମରୁଡ଼ି କରେ ରଡ଼ି

ମହାବାତ୍ୟା ହୁଡହୁଡ଼ ଫାଇଲିନ ସବୁ ଦିଏ ଉଜାଡ଼ି।

ବିନା ବର୍ଷାରେ ଘୋର ନାଦରେ ବିଜୁଳି ଘଡ଼ଘଡ଼ି

ମାନବ,ପଶୁ ମରନ୍ତି ନିତି, ବଜ୍ରାଘାତରେ ଗଡ଼ି।


ଭୂକମ୍ପ ଆଉ ଭୂମିସ୍ଖଳନ ନିତ୍ୟ ହେଉଛି ଜାଣ

କେବଳ ଗଛ ଲଗାଇ କର ସବୁରି ସମାଧାନ।

ପାହାଡ଼ ସମ ଲହଡ଼ି ଟେକି ସୁନାମି ଆସେ ମାଡ଼ି

ଲଂଘିଣ କୂଳ ହୋଇପ୍ରବଳ ଦେଶ ଦିଏ ଉଜାଡ଼ି।


ଦିନକୁଦିନ କମି ଆସଇ ଭୂଗର୍ଭ ଜଳସ୍ତର   

ଉର୍ବର ଜମି କ୍ଷୟ ହେଲାଣି,ଚାଷ ଜମିର ହାର।

କେବେ ବୁରୁଷ୍ଟି, ଅନାବୁରୁଷ୍ଟି, ବାଦଲ ଫଟା ବୃଷ୍ଟି

ଜଳ ବହୁଳେ ନାଶ ସୁରୁଷ୍ଟି,ଜଳ ବିହୁନେ ସୃଷ୍ଟି।


ଏହାରି ମୂଳେ ରହିଛି ଲୁଚି, ଗୋଟିଏ କଥା ଜାଣ

କେବଳ ଗଛ ଲଗାଇ କର ସବୁରି ସମାଧାନ।

ଆସରେ ପିଲେ ଲଗାଅ ଗଛ, ଯତନ କର ଅତି 

ଫଳ ଫୁଲ ଓ ଅମ୍ଳଜାନରେ,ହସି ଉଠିବ କ୍ଷିତି।


ଆମରି ମାଟି ପାଣି ପବନ,ରଖିବା ନିରିମଳ,

ପରିବେଶର ସୁରକ୍ଷା ବଳେ, ସୁଖେ କାଟିବା କାଳ।

ପଶୁ ପକ୍ଷୀ ଓ କୀଟପତଙ୍ଗ, ବୃକ୍ଷ ଲତାର ଯତ୍ନ

ହସି ଉଠିବ ଧରା ଆମରି, ପାଇବା ନାନା ରତ୍ନ।



Rate this content
Log in

Similar oriya poem from Inspirational