STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଶାସ୍ତ୍ରୀୟ ଓଡ଼ିଆଭାଷା

ଶାସ୍ତ୍ରୀୟ ଓଡ଼ିଆଭାଷା

1 min
7


ଆମ ମାତୃଭାଷା, ସୁନ୍ଦର, ମଧୁର,

ପ୍ରାଚୀନ ମହିମଣ୍ଡଳେ,

ଓଡ଼ିଆ ସଂସ୍କୃତି,ତାର କଳାକୃତି

ସମନାହିଁ ଧରା ତଳେ।୧।

ମା' ବକଳ କ୍ଷୀର, ଅମୃତ ଅଧର

ବାଣୀ, ବଳେ ବଳୀୟାନ,

ସେ ଅମୃତ ପାନ, ଅମୃତ ବଚନ

କରିଛି ତା'କୋଳେ ପାନ।୨।

ସେ ଅମୃତ ବାଣୀ, ଅତି ଗରୀୟାନ

ମାଆ କୋଳୁ ଅଛି ପାଇ,

ସେହି ସିନା ମୋର, ଶିରା ପ୍ରଶିରାରେ

ପ୍ରବାହିତ ରକ୍ତ ହୋଇ।୩।

କୋଟି ଜନମର,ପୁଣ୍ୟ ତପଫଳେ

ଜନମ ନେଲି ଉତ୍କଳେ,

ଉତ୍କଳର ଭାଷା, ମୃଦୁଳ ମଞ୍ଜୁଳ

ସମନାହିଁ ମହିତଳେ।୪।                       

ଜଗତର ନାଥ, ଯହିଁ ବିରାଜିତ

ପବିତ୍ର ଭୂମି ଉତ୍କଳେ,

ତା'କୋମଳ କୋଳ, ପରସ ପାଇଣ

ଯଶ ରଖ ମହୀତଳେ।୫।

ମାତୃଭୂମି ମାତୃଭାଷାରେ ମମତା

ହୃଦରେ କରିଣ ଗାର,

ସାର୍ଥକ କରିବା ଜୀବନ ଆମର                  

ସେବା କରି ନିରନ୍ତର।୬।

ଶାସ୍ତ୍ରୀୟ ମାନ୍ୟତା ପାଇଲା ମୋଭାଷା

ଦି ହଜାର ଚଉଦରେ

ସଂସ୍କୃତ ତାମିଲ ତେଲୁଗୁ କନ୍ନଡ଼

ମାଲାୟାଲାମର ପରେ।୭।

ମାର୍ଚ୍ଚ ଏଗାରର ପବିତ୍ର ଦିନଟି

ରଚିଅଛି ଇତିହାସ

"ଶାସ୍ତ୍ରୀୟ ଓଡ଼ିଆ ଭାଷା"ଦିବସକୁ

ପାଳି ଥାଉ ପ୍ରତିବର୍ଷ।୮।

ଜାତୀୟ ସ୍ତରରେ, ପାଇଛି ପ୍ରଥମେ

ପ୍ରାଚୀନ(ଆର୍ଯ୍ୟ)ଭାଷାର ମାନ୍ୟ,

ମାେ ଉତ୍କଳ ମାଟି,ସେ ଓଡ଼ିଆ ଜାତି

ଭାଷା ତା'ର ଧନ୍ୟଧନ୍ୟ।୯।

ପଢ଼ିବା ଓଡ଼ିଆ,ଭାଷିବା ଓଡ଼ିଆ,

ଗାଇବା ଓଡ଼ିଆ ଗୀତ,

ଓଡ଼ିଆ ଜାତିର, ମହାନ ସଂସ୍କୃତି

ତା'କୁ କର ପ୍ରାଣମିତ।୧୦।



Rate this content
Log in

Similar oriya poem from Inspirational