STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ପ୍ରାକ୍ ମୌସୁମୀ ଘନଶ୍ୟାମ ଜେନା

ପ୍ରାକ୍ ମୌସୁମୀ ଘନଶ୍ୟାମ ଜେନା

1 min
11

ପ୍ରାକ୍ ମୌସୁମୀ କବି କୁସୁମ ଗୌରବ ଘନଶ୍ୟାମ ଜେନା ଦାରୁଣ ନିଦାଘ ଅନ୍ତେ ବର୍ଷାରାଣୀ ବିଜେ ଉତ୍କଳ ଭୁବନ କଳାମେଘୀ ଶାଢ଼ୀ ପଣନ୍ତ ଉଢ଼ାଳୁ ଚମକେ ବିଜୁଳି ତାନ।୧। ନବ ଜଳଦର ପହଲା ପରଶେ ପୁଲକିତ ବସୁନ୍ଧରା ପଲ୍ଲବିତ ହେଲେ ବୃକ୍ଷ ବଲ୍ଲୀ ତୃଣ ପ୍ରାଣୀ ଗଣ ଆତ୍ମହରା।୨। ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ଶୀତଳ ଷଷ୍ଠୀରୁ ଧରଣୀ ହେଲା ଶୀତଳ ପ୍ରାକ୍ ମୌସୁମୀର ବରଷାର ବଳେ ଆନନ୍ଦିତ ଚାଷୀକୁଳ।୩। ନାଲି ଟୁକୁଟୁକୁ ସାଧବ ବୋହୂଟି ନାଲିଆ ଓଢ଼ଣା ଟାଣି ସବୁଜ ରଙ୍ଗର ଗାଲିଚା ଉପରେ ଦେଖାଏ ତାହାର ଠାଣି।୪। ପାଣି ଚପ ଚପ କାଦ ମଚ ମଚ ସାରୁ ଗଛ ମୂଳେ ବସି ଫୁକୁରୁ ଫୁକୂରୁ ବେଙ୍ଗୁଲି ନାନୀର ମନଟି ବହୁତ ଖୁସି।୫। ଝଡେ ଝଡିପୋକ ଝାଡି ଝାଡି ଡେଣା ଉଡ଼ି ଉଡ଼ି ବତି ଭୋଳେ ଝଡି ଯାଏ ଡେଣା ହୁଏ ବାଟ ବଣା ପଡ଼େ ଝିଟିପିଟି କୋଳେ।୬। ଶିଖରୀ ଶିଖରେ ଶିଖୀ ନୃତ୍ୟ କରେ ଟେକି କଅଁଳ କଳାପ ବାଦଲ ଫାଙ୍କରୁ ତପନକୁ ଚାହିଁ ଇନ୍ଦ୍ରଧନୁର ଆଳାପ।୭। କିଚିରି ମିଚିରି ଶବଦରେ ଝୁଲେ ବାଇ ଚଢ଼େଇର ବସା, ମହା ଆନନ୍ଦରେ ଝୁଲି ଝୁଲି ଖେଳେ ଶୀତ,ବାତ,ଖରା ବର୍ଷା।୮।


Rate this content
Log in

Similar oriya poem from Inspirational