ବିଶ୍ବ ସାଇକେଲ ଦିବସରେ ସ୍ୱାସ୍ଥ୍ୟ ସଚେତନତା ଘନଶ୍ୟାମ
ବିଶ୍ବ ସାଇକେଲ ଦିବସରେ ସ୍ୱାସ୍ଥ୍ୟ ସଚେତନତା ଘନଶ୍ୟାମ
ବିଶ୍ବ ସାଇକେଲ ଦିବସରେ ସ୍ୱାସ୍ଥ୍ୟ ସଚେତନତା ପ୍ରଣେତା-କବି କୁସୁମଗୌରବ ଘନଶ୍ୟାମ ଜେନା ବିଶ୍ଵ ସାଇକେଲ ଦିବସ ଅଟଇ,ଜୁନ ତିନି ତାରିଖ, ସ୍ବାସ୍ଥ୍ୟ ସଚେତନ ପାଇଁ ସାଇକେଲ ଚାଳନା ବଜାୟରଖ।୧। ବ୍ୟାୟାମ ମଧ୍ୟରେ ତାହାରି ଚାଳନା ଅଟଇ ଅତି ଉତ୍ତମ ଏକା ସଙ୍ଗେ ସବୁ,ଅଙ୍ଗ ପ୍ରତ୍ୟଙ୍ଗର ଚାଳନା ହୁଏ ସୁଗମ।୨। ପ୍ରତ୍ୟକ୍ଷରେ ହୁଏ ପଇସା ସଞ୍ଚୟ,ଉତ୍ତମ ଶରୀର ପାଇଁ ପରିବେଶ ରକ୍ଷା ଶରୀର ସୁରକ୍ଷା,ନିଅ ସର୍ବେ ଆପଣେଇ।୩। ବିକଶିତ ଦେଶ ସର୍ବସାଧାରଣ, ରଖନ୍ତି ତାରେ ସଉକ ସ୍ବାସ୍ଥ୍ୟରକ୍ଷାର ତା' ଉତ୍ତମ ବାହନ ଆଦରି ନିଅନ୍ତି ଲୋକ।୪। କ୍ରମେ ବିଶ୍ଵବାସୀ ଆପଣେଇଲେଣି, ସାଇକେଲ ଚାଳନାକୁ ଗାଡ଼ି ମୋଟର ବରଜି ବହୁଜନ, ଆଦର କରନ୍ତି ତାକୁ।୫। ବିଶ୍ବରେ ଦୀର୍ଘ ଦୁଇ ଶତାବ୍ଦୀ ଧରି, ଆଧିପତ୍ୟ ଥିଲା ତାର ସ୍ଵତନ୍ତ୍ରତା,ଦୀର୍ଘାୟୁତା ବହୁମୁଖିତାକୁ ସେବା ନିରନ୍ତର।୬। ମନୁଷ୍ୟଙ୍କ ପାଇଁ ସରଳ ସୁଲଭ ନିର୍ଭରଯୋଗ୍ୟ ବ୍ୟବସ୍ଥା ଦୁଇ ଶତ ବର୍ଷ ମାନବ ସେବାରେ ରଖିଅଛି ତାର ଆସ୍ଥା।୭। ଏଭଳି ଦୁର୍ଲ୍ଲଭ ସେବାକୁ ଯୋଗାଇ ମହୀରେ ହୋଇ ମହାନ କାଳ କାଳ ପାଇଁ ଯଶ ରହିଥିବ ଅମର ତବ ଜୀବନ।୮। ଛାତ୍ର ଛାତ୍ରୀଙ୍କର ପ୍ରଥମ ପସନ୍ଦ,ସ୍କୁଲ ଯିବା ଆସିବାରେ ସ୍ବାସ୍ଥ୍ୟରକ୍ଷା ସହ ସମୟ ସଞ୍ଚୟ,ସୁଗମ ପାଠପଢ଼ାରେ।୯। ତାହା ଜାଣି ଆମ ପ୍ରିୟ ସରକାର,ପିଲାଙ୍କୁ ଦ୍ୟନ୍ତି ଯୋଗାଇ ପିଲାଙ୍କର ପଥ ସୁଗମ ହୋଇବ,ବିଦ୍ୟାଳୟ ଯିବାପାଇଁ।୧୦। ଗରୀବ ଜନର ଚିର ସହଚର, ଶ୍ରମିକ ପାଇଁ ଭରସା ଛୋଟ କାରିଗର,ବୁଲା ବେପାରୀର,ସାଇକେଲ ଚିରସଖା।୧୧। ସ୍ବାସ୍ଥ୍ୟପ୍ରତି ସଚେତନ ରହିଥିବା ସକଳ ଶିକ୍ଷିତ ଜନ ସାଇକେଲ ଟିଏ,ଆପଣେଇଲେଣି,ଶରୀରକୁ ଦେଇଧ୍ୟାନ।୧୨। ଶରୀରକୁ ସୁସ୍ଥ ରଖେ ସାଇକେଲ, କରେ ପ୍ରଦୂଷଣ ମୁକ୍ତ ନିୟମିତ ସାଇକେଲ ଚାଳନାରେ, ଶରୀର ରହିବ ସୁସ୍ଥ ।୧୩। ସାଇକେଲ ଚାଳନା ଶରୀର ପାଇଁ ଅଟଇ ଅତି ଉତ୍ତମ ହୃଦଯନ୍ତ୍ର,ଫୁସଫୁସ,ଚର୍ବିହ୍ରାସ ପାଇଁ ତା ଭଲ ବ୍ୟାୟାମ।୧୪। ସକଳ କ୍ଷେତ୍ରରେ ସାଇକେଲ ତାର,ଦେଖାଇଛି କରାମତି ଦୀର୍ଘ ଦୁଇଶତ ବର୍ଷ ଧରି ସେତ, ମାନବ ସେବାରେ ମାତି।୧୫। ଯେତେ ଆଧୁନିକ ହେଉ ପଛେ ଜନ, ବଡୁ ଯଶ ଗଉରବ ଯୁଗ ଯୁଗ ପାଇଁ ସାଇକେଲ ତାର,ସତ୍ତା ବଜାୟ ରଖିବ।୧୧୬। ମହାଦେଈପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି,ଗଜପତି.
