STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ମାଆର ପଣତକାନି

ମାଆର ପଣତକାନି

2 mins
198


ମୋ ମାଆର ପଣତ ରେ ମୁହଁପୋଛି,

ନିସଂଗତାର ଭୂଗୋଳକୁ ଭୁଲି ଅସରନ୍ତି ସୌଭାଗ୍ୟରେ

ବିମଣ୍ଡିତ ଏ ଜୀବନ ଟି ମୋର ।

ତା କୋଳ ରେ ମଥା ରଖି ଭୁଲିଯାଏ ଜୀବନ ର ଯେତିକ ଯନ୍ତ୍ରଣା

ତା ପଣତ ରେ ଅଜାଡି ଦିଏ ମୋର ସବୁ ଅନୁଭବ, ଅନୁଭୂତିଭରା

ଦୁଃଖ, ସୁଖ, ସବୁକିଛି ଅକୁହା ଗଣ୍ଠିକୁ ।

ମୋ ଚିନ୍ତା, ଚେତନା ର ଗତ, ବିଗତ ର ଗବାକ୍ଷ ଖୋଲି

ମନ ଗମ୍ଭୀରା ର ଯେତେ କଥା ସବୁ

ସେ ପରା ମୋର ଦ୍ୱିତୀୟ ଇଶ୍ୱର ।

ମୋ ତପସ୍ୟା, ତିତିକ୍ଷା ସବୁ ବନ୍ଧା ତା ପଣତ କାନି ର

ଶ୍ରଦ୍ଧା ଭରା ମନ ତଳେ ଆବେଗ ର କେତେ ଗଭୀରତା

କଳି କି ପାରିବ କିଏ ସେ ପଣତେ ସାତ ଗଣ୍ଠି ପକା

ଭରା ଅତ୍ମୀୟତା ।

ବିଶ୍ୱାସ, ଆଶ୍ୱାସନା ର ସ୍ନେହପୂର୍ଣ୍ଣ ଦରଦିତ ପ୍ରାଣେ ମଧୁରତା

ନାହିଁ ମନେ ମାନରୋଷ, କିବା ଅବଶୋଷ

ସଦା ଶ୍ରୀମୁଖରୁ ଝରୁଥାଏ ଅମୃତର ସୁଧାବୋଳା ହସ

ତା ମମତା ଭିଜା ମା ଡାକେ, ହୃଦୟରେ ଶତ କଦମ୍ବ ହୁଏ ପଲ୍ଲବିତ

ଶ୍ୟାମଳ, ସୋହାଗ ଭରା, ମମତା ଭିଜା ଜୀବନ ରାଗର

ରଙ୍ଗ ରେ ପଖଳା ସେ ମଧୁଝରା ଅନୁଭବ ।

ଶୂନ୍ୟତାରୁ ଭରା ପଥେ ତା ପଣତେ ସଞ୍ଜିବନୀ ସୁଧା

ଅମୃତ ବଚନେ ବନ୍ଧା, କ୍ଷମାପୂର୍ଣ୍ଣ ହୃଦୟର ଗାଥା,

ଶବ୍ଦ ର କଷଟୀ ମୋର ସଦା ହୁଏ ଆନମନା

ନିରୁଡ଼ା ସେ ଭଲ ପାଇବାର, ସରାଗ ର ମଧୁବନ୍ୟା

ଆକର୍ଷଣ ନାହିଁ ଆଉ, ତା ପାଇଁ ଯେପରି ଏଠି ଅନ୍ତର ଦରଜା

ବିଶାଳତା ଦେଖି ହୁଏ ଆନମନା ।

ଅମୃତମୟୀ ସେ ମୋର ଜୀବନରେ ଶ୍ରେଷ୍ଠତ୍ୱର ସୃଷ୍ଟି ଆଉ

ସର୍ବଶ୍ରେଷ୍ଠ ସମ୍ପଦ ଓ ସମ୍ପର୍କ ର ମହକ ମୂର୍ଚ୍ଛନା ।

ତା ବିନା ଜୀବନରେ ମୂଲ୍ୟହୀନ ଯାହା ଯେତେ ଅଛି

ଅମୂଲ୍ୟ ଭାବୁଥିବା ପ୍ରାର୍ଥୀବ ସୁନା, ହୀରା ମୋତୀ ଆଉ

ସମ୍ପଦ କି ବିଭବ ଟି ସିନା

ମାଆ ସେ ଅମୃତମୟୀ ବିଶାଳ ତା ପଣତ ଟି ସିନା ।


Rate this content
Log in

Similar oriya poem from Inspirational