ଅତ୍ୟାଧୁନିକ ପ୍ରତିଭାବାନ ଛାତ୍ର
ଅତ୍ୟାଧୁନିକ ପ୍ରତିଭାବାନ ଛାତ୍ର


ଏକ ବିଂଶ ଶତାବ୍ଦୀର ବିଚିତ୍ର ଅବଦାନ ଅଟଇ ନିଆରା
ଜନ୍ମିତ ସନ୍ତାନମାନଙ୍କ ମସ୍ତିଷ୍କରୁ ଝରେ ତୀକ୍ଷ୍ଣ ମେଧା ଧାରା l
ପିତା ମାତା ବୟସ୍କ ଗୁରୁଜନଙ୍କୁ କରନ୍ତି ସେମାନେ ବାଟ ବଣା l
ଗୁରୁଗୁରୁମାଙ୍କୁ ଦେଖାନ୍ତି ସଦା ଚମତ୍କାର ଆଶ୍ଚର୍ଯ୍ୟ ବିଜ୍ଞାନ କଳା l
ଏକବିଂଶ ଶତାବ୍ଦୀର ଛାତ୍ର ଛାତ୍ରୀଗଣ ବିଜ୍ଞାନକୁ ଦିଅନ୍ତି ଜୋର
ନିଉଟନ ଗାଲିଲିଓ ରାଇଟ ବ୍ରଦର୍ସ ଯାହାଙ୍ଗୀର ଭାବା ରମନଙ୍କର l
ଫ୍ଲେମିଙ୍ଗ ସଲିମ ଅଲି ମେଘନାଦ ସାହା ଅବଦୁଲ କଲାମ ମନୀଷୀ
ଆଉ ଅନୁସରଣ କରନ୍ତି ସେମାନେ ଜର୍ଜ ଡେଭଲଙ୍କ ସିଦ୍ଧାନ୍ତ ରସି l
ଏକ ବିଜ୍ଞାନ ବିଦ୍ୟାଳୟରେ ଏକଦା ହୋଇଥିଲା ପ୍ରତିଯୋଗିତା
ଛାତ୍ରୀଛାତ୍ରମାନଙ୍କ ଚାଲିଥିଲା ତୁମୁଳ ସଂଘର୍ଷ ଆଉ ଉତ୍ସୁକତା l
ଗବେଷଣାଗାରେ ଅଧ୍ୟାପକ ଶିଖାଇଲେ ଏକ ଯନ୍ତ୍ରମାନବ-ସୂତର
ପିଲାମାନଙ୍କୁ ପରୀକ୍ଷାର୍ଥେ ପାଠ ଦେଲେ ଗଢ଼ିବାକୁ ରୋବଟ ଯନ୍ତ୍ରର l
ଦିନ ରାତି କରିଲେ ମେଧା କର୍ଷଣ ଛାତ୍ରଛାତ୍ରୀବୃନ୍ଦ ଟପିବାକୁ ଏକ
ଆରେକ ଦେଖାଇ ନିଜସ୍ୱ କରାମତି ପାଇବାକୁ ପ୍ରମାଣପତ୍ର ଏକ l
ସତୁରି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଥିଲା ଏକ ସୁମେଧାବୀ ବାଳକ ଛାତ୍ର
ସ୍ନେହରେ ସଭିଏଁ ଡାକନ୍ତି ତାକୁ ଗଜାନନ ସେ ଯେ ଶିବଙ୍କର ପୁତ୍ର l
ନିଜ ପିତା ମାତାଙ୍କୁ ଜଣାଇଲା ନିଜର ମହତ ବୈଜ୍ଞାନିକ ଉଦ୍ଦେଶ୍ୟ
ପିତା ବୁଝି ମନକଥା ପୁତ୍ରର କିଣିଆଣି ଦେଲେ ଯନ୍ତ୍ରପାତି ବିଶେଷ l
ଘରେ ବସି ଗଜାନନ ଗଢ଼ିଚାଲିଲା ନିଜର ଅଭିନଵ ଯନ୍ତ୍ର ମଣିଷ
ବୈଜ୍ଞାନିକ ଉପକରଣେ କରି ସଜ୍ଜିତ ମାସକେ କଲା ପୂରାଶେଷ l
ଚାହୁଁ ଚାହୁଁ ଆସିଲା ପ୍ରତିଯୋଗିତା ମେଳା ଦିନ ପାଖେଇ ପାଖେଇ
ଧାଡ଼ି ବାନ୍ଧି ପୁଅ ଝିଅ ଠିଆହେଲେ ନିଜ ଆବିଷ୍କୃତ ଯନ୍ତ୍ର କାଖେଇ l
ଜଣେ ପରେ ଜଣେ କଲେ ପ୍ରଦର୍ଶନ ନିଜର କରାମତି କୌଶଳ
ଦଣ୍ଡାୟମାନ ଗଜାନନ ଅପେକ୍ଷାରତ ଧାଡ଼ି ଶେଷେ ଅତି ବିଚକ୍ଷଣ l
ପଡ଼ିଲା ପାଳି ଗଜାନନର ସଦର୍ପେ ଗଲା ସେ ଆଗେଇ ସଧିରେ
ମୋଡିଦେଲା ମାନବଯନ୍ତ୍ର ଚାବି ତତକ୍ଷଣେ ସୁମରି ପ୍ରଭୁଙ୍କୁ ସତ୍ୱରେ l
ଆଜ୍ଞାଧୀନ ଛାତ୍ର ପରି ରୋବଟ ବାପୁଡ଼ା ଜୋଡ଼ ହସ୍ତେ କଲା ପ୍ରଣାମ
"ସାର ମାମ ନମସ୍କାର ସାଙ୍ଗସାଥିମାନଙ୍କୁ ଶୁଭେଚ୍ଛା ଗୁରୁଗୁରୁମାଙ୍କୁ
ସସମ୍ମାନ ଭକ୍ତି ମୋର ଘେନା କରନ୍ତୁ ଆଜ୍ଞା" କହି ରଖିଲା ସୁନାମ l
ସାବଧାନ ପୋଜିସନେ ପୁଣି ଠିଆ ହେଲା ମଣ୍
ଡପେ ସେଇ ରୋବଟ
ଏନସିସି ଭଙ୍ଗୀରେ ମାରିଲା ସାଲୁଟ ସଭିଙ୍କୁ ଛାଡ଼ିଲା ସତର୍କ କୁହାଟ
ଛିଡ଼ା ହୋଇଥିଲେ ପାଖରେ ବ୍ୟବହାରିକ ବିଜ୍ଞାନ ଶିକ୍ଷକ ମହାଶୟ
ଛାତି ହେଲା କୁଣ୍ଢେମୋଟ ତାଙ୍କ ପାଇ ଗଜାନନ-ମେଧାର ପରିଚୟ l
ଥାପୁଡ଼ାଇ ଦେଲେ ପିଠିକୁ ସେ ନିଜ ବିଜ୍ଞାନ ଛାତ୍ର ପ୍ରିୟ ଗଜାନନର
ଆନନ୍ଦର ଲୁହ ପଡ଼ିଲା ଝରି ଦୁଇ ଆଖିରୁ ଓ ପ୍ରାଣରୁ ଶୁଭାଶିଷର l
ଆଲିଙ୍ଗନ ବଦ୍ଧେ ଆବଦ୍ଧ ହୋଇଗଲେ ଗୁରୁ ଶିଷ୍ୟ ମଣ୍ଡପ ଉପରେ
ପ୍ରଦର୍ଶନୀ ମଣ୍ଡପ ଉଛୁଳି ପଡ଼ିଲା ସମସ୍ତଙ୍କ ଉଚ୍ଚ କରତାଳି ଧ୍ୱନିରେ l
ବ୍ୟବହାରିକଜ୍ଞାନ ପରୀକ୍ଷାରେ ଗଜାନନ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ
ସୁବର୍ଣ୍ଣ ପଦକ ବିଜେତା ଆମ ଗଜାନନ ରଖିଲା ଦେଶ ଜାତିର ମାନ l
ବିମାନେ ଦିଲ୍ଲୀକୁ ଗଲା ଉଡ଼ି ଧରି ନିଜ ରୋବଟ ଗୁରୁଙ୍କ ସାଥିରେ
ବିଜ୍ଞାନ ମେଳାରେ ମୁଖ୍ୟ ଆକର୍ଷଣ ସବୁ ବୁଦ୍ଧିଜୀବୀଙ୍କ ପ୍ରଶଂସାରେ l
ତାଳି ମାରି ଦର୍ଶକ ବୃନ୍ଦ କଲେ ଉତଫୁଲ୍ଲିତ ଗଜାନନର ଚିତ୍ତ
ଉପସ୍ଥିତ ଖ୍ୟାତନାମା ବୁଦ୍ଧିଜୀବୀ ମହଲରେ ହେଲା ସେ ଆଦୃତ l
ଶିକ୍ଷକ ମହାଶୟ ନିମନ୍ତ୍ରିତ କରିଥିଲେ ମାନ୍ୟବର ରାଷ୍ଟ୍ରପତିଙ୍କୁ
ସୁବର୍ଣ୍ଣ ପଦକ ଖଚିତ ରୌପ୍ୟ ପଦକେ ପୁରସ୍କୃତ କଲେ ଗଜାନନକୁ l
ଦେଖି ଓଡ଼ିଆ ଛାତ୍ର ଗଜାନନର ଉଦ୍ଭାବିତ କଥା କୁହା ମାନବଯନ୍ତ୍ର
ଚଳତକ୍ଷମ ମାନବୀୟ ଚଳଣି ଢାଞ୍ଚାଯୁକ୍ତ ଅଦ୍ଭୁତ ରୋବଟ ତନ୍ତ୍ର l
ବଡ଼ ବଡ଼ ବୈଜ୍ଞାନିକ ଦେଶ ବିଦେଶର ଜାଣିଲେ ଓଡିଶାର ମହାତ୍ମ୍ୟ
ଭୁରି ଭୁରି ପ୍ରଶଂସା ପତ୍ର ଆସିଲା ବିଦ୍ୟାଳୟକୁ ଗଜାନନର କାମ୍ୟ l
ପ୍ରାପ୍ତ କଲା ଉକ୍ତ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ଅଜସ୍ର ପ୍ରଶଂସା ପତର
ବ୍ୟବହାରିକ ବିଜ୍ଞାନ ଶିକ୍ଷକ ଆଉ ପ୍ରଧାନ ଶିକ୍ଷକ ଦ୍ବୟଙ୍କ ଗୁଣର l
ଉନ୍ନୟନ ଧନ ହେଲା ଲବ୍ଧ ପ୍ରଧାନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ
ପରିଶେଷରେ ଆର୍ଥିକ ସାହାଯ୍ୟ ମିଳିଲା ଦୁଇ କୋଟି ଯୁନେସ୍କୋରୁ l
ଚକ ଗଲା ଗଡ଼ି କ୍ରମବିକାଶ ମାର୍ଗରେ ରଖି ବିଦ୍ୟାଳୟକୁ ସମୟର
କର୍ତ୍ତୃପକ୍ଷଙ୍କ ଉଦ୍ୟମେ ଘଟିଲା ମହାବିଦ୍ୟାଳୟ ନାମେ ରୂପାନ୍ତର l
ଓଡିଶା ମାଟିର ଗୌରବ ବଖାଣେ ଆଜି ସେହି ଗ୍ରାମ୍ୟ ବିଦ୍ୟାଳୟ
ଜଗନ୍ନାଥ ଦେଶର ଏକ ଆଦର୍ଶ ମହାବିଦ୍ୟାଳୟ ଜ୍ଞାନର ଗନ୍ତାଘର l
( ସମ୍ପୂର୍ଣ୍ଣ କାଳ୍ପନିକ )