STORYMIRROR

Pabitra Sahu

Inspirational

4  

Pabitra Sahu

Inspirational

ଆମ ପଞ୍ଜୁରିର ଶୁଆ

ଆମ ପଞ୍ଜୁରିର ଶୁଆ

2 mins
246


 

ପଞ୍ଜୁରୀରେ ମୁହିଁ ରଖି ଅଛି

ଗୋଟେ ଛୋଟିଆ ଶୁଆ

କଥା କହିବା ଶିଖି ଗଲାଣି

ଡାକୁଅଛି ମାଆ ମାଆ। 


ପର ତାହାର ସବୁଜ ରଙ୍ଗ

ଦିଶୁଛି ଭାରି ସୁନ୍ଦର

ବେକରେ ତାହାର କଳା ଗାର

ଥଣ୍ଟଟି ନାଲି ସିନ୍ଦୂର। 


ସକାଳୁ ରାବି ଉଠେଇ ଦିଏ

ମତେ ସେ ନିତି ନିତି

ତା' ପାଇଁଁ ଘରେ ରଖିଛି ଆଣି

ମିଠା ପିଜୁଳି ସାଇତି। 


ବେଳାରେ ଦିଏ ତତଲା ଭାତ

ପିଇବାକୁ ଦିଏ ପାଣି

ଯେଉଠୁଁ ଯାହା ଫଳ ପାଇଲେ

ତା' ପାଇଁ ଥାଏ ଆଣି। 


କୁକୁର, ବିଲେଇ, ଗାଈ ବଳଦ

ଘରକୁ ପଶି ଆସିଲେ

ବୋବେଇ ଵୋବେଇ ଜଣେଇ ଦିଏ 

ଘଉଡ଼ାଇବାକୁ ଭଲେ । 


ନୂଆ ଲୋକ କିଏ ଆସିଲେ ଘର

କେତେ ଯେ କହେ କଥା 

ଭଲ ଲାଗେନା ଏକେଲା ବେଳେ

ତାହାର ନିରବତା। 


ହୋଇ ଯାଇଛି ସଦସ୍ୟ ଗୋଟେ

ଆମରି ପରିବାରର

ତଥାପି ଦୁଃଖ ଲାଗୁଚି ଦେଖି

ବନ୍ଦୀ ଜୀବନ ତା'ର । 


ଡେଣା ଝାଡି ସେ ଉଡି ପାରେନା

ସୁଖରେ ଆକାଶ ବକ୍ଷେ

ଚାହୁଁଛି ସିଏ ଉଡିଯିବାକୁ

ସାଙ୍ଗସାଥିଙ୍କ ପାଖେ । 


ଛାଡ଼ିଦେଲେ ତାକୁ ଉଡିଯିବ

ଚାହୁଛି ସିଏ ଯହିଁ

ତା'ର ଖୁସିରେ ମୁଁ ହେବି ଖୁସି

ଦୁଃଖ କରିବି ନାହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational