ଅପେକ୍ଷା କର କାମ ଚାଲିଛି
ଅପେକ୍ଷା କର କାମ ଚାଲିଛି
ଅପେକ୍ଷା କର କାମ ଚାଲିଛି,
ମାର୍ଚ୍ଚ ତ ମାସ ଶେଷ ହେଉଛି,
ଟେବୁଲରେ ଫାଇଲ ଗଦା ହୋଇଛି,
ସରକାରଙ୍କ ନିୟମ ମାନି -
ଖୁବ ଜୋରରେ ଲେଖା ଧାଉଁଛି ।
ଅପେକ୍ଷା କର କାମ ଚାଲିଛି,
ବର୍ଷକର କାମ ବକେୟା ଅଛି,
ଗୋଟି ଗୋଟି କରି ସବୁ କରୁଛି,
ମୁଁ ବି ତୁମକୁ ଚାହିଁ ବସିଛି,
ବସନ୍ତଟା ପରା ଏବେ ଏବେ ଆସୁଛି ।
ଅପେକ୍ଷା କର କାମ ଚାଲିଛି,
ପବନ ଛୁଇଁବାକୁ ବାକି ଅଛି,
ଯୈାବନରେ ଲହରୀ ଟାଣୁଛି,
ନଦୀଟା ଆସି ସାଗରେ ମିଶୁଛି,
ଏଠି ସବୁ କ୍ରମାନୁସାରେ କାମ ଚାଲିଛି ।
ଅପେକ୍ଷା କର କାମ ଚାଲିଛି,
ତରୁଣୀ କାମ ସାରି ଦେଉଛି,
ଅବଳାଟା ପରା ଛିଡ଼ା ହୋଇଛି,
ତାକୁ ଦେଖି ମନ ଝୁରି ହେଉଛି,
କିଛି ପ୍ରେମାଳପ ପାଇଁ ମତେ ଚାହୁଁଚି ।
ଅପେକ୍ଷା କର କାମ ଚାଲିଛି,
ସୁରା ଗ୍ଲାସଟା ଟୁନଟାନ ହେଉଛି,
ଅନ୍ଧାର ଭିତରେ କାମ ଚାଲିଛି,
ଲାଇନ ଏବେ କଟି ଯାଇଛି,
ବିଦ୍ୟୁତ ବିଭାଗ ଦାୟୀ ହେଉଛି ।
ଅପେକ୍ଷା କର କାମ ଚାଲିଛି,
ଅଭିଯୋଗ କଲେ କିଏ ଶୁଭୁଚି,
ଉପରବାଲା କମିଶନ ନେଉଛି,
ଆମ କଥା ତ ସିଏ ବୁଝୁଛି,
କାଲି କି ଆସ ଅଧା ହୋଇଛି ।
ଅପେକ୍ଷା କର କାମ ଚାଲିଛି,
ଆଗେଇ ଆସ ପଛ ତରୁଣୀ,
ତୁମକୁ ଦେଖି ମନେ ପଡୁଛି,
ପାଖେଇ ବସ ଦିହ ଥରୁଛି,
ଇତିହାସକୁ ଖୋଜି ବୁଲୁଛି,
ଭୂଗୋଳ ପୋଥିରେ ସ୍ଥାନଟା ଅଛି ।
ଅପେକ୍ଷା କର କାମ ଚାଲିଛି,
ଧକ୍କା ହେବ ବାବୁ ନେତା ଆସୁଛି,
ଧୋତି ପଞ୍ଜାବୀ ତା ସଫା ଦିଶୁଛି,
ଗରିବ ଟଙ୍କା ସେ ଖାଉଛି,
ମଇଳା ଲୁଗା ବାଜି ଯାଉଛି ।
ଅପେକ୍ଷା କର କାମ ଚାଲିଛି,
ନେତା ବାବୁ ହଇରାଣ ହେଉଛି,
ତାଙ୍କ କାମ କଥା ଆଗ ମୁଁ ବୁଝୁଛି,
ନ ବୁଝିଲେ ଭାରି ଡର ମାଡୁଛି,
କଥା କେ ବଦଳି ହୋଇଯାଉଛି ।
ଅପେକ୍ଷା କର କାମ ଚାଲିଛି,
ତୁମ କଥା କୁ କିଏ ପଚାରୁଛି,
ତାଙ୍କ ଦରମାରେ ତାଙ୍କ କାମ କରୁଛି,
ଲକ୍ଷେ କୁଜି ନେତା ସିଏ ପୋଷିଛି,
ଟଙ୍କା ଦେଲେ ଭାଇ ତୁମ କାମ କରୁଛି ।
ଅପେକ୍ଷା କର କାମ ଚାଲିଛି,
ଶାଶୂଙ୍କ ଝିଅ ଫୋନ କରୁଛି,
ଅନେକ ରାଣ ସିଏ ଦେଇଛି,
ସୁଯୋଗ ଯଦି ପଳାଇଯାଏ-
ଦିନସାରା ମୋ ମୁଣ୍ଡ ବିନ୍ଧୁଛି ।
ଅପେକ୍ଷା କର କାମ ଚାଲିଛି,
ଏ ପଟେ ଫୋନରେ ପ୍ରିୟା ଡାକୁଛି,
ଚାକରଟା ତେଣେ ଡାକି ଆସିଛି,
ଚିଠିରେ ଶୀଘ୍ର ଆସ ଲେଖା ହୋଇଛି,
ଏଥର ପୁଣି ତାଗିଦ୍ ଅଛି ।
ଅପେକ୍ଷା କର କାମ ଚାଲିଛି,
ତୁମର ଯଦି ସଂପର୍କ ଅଛି,
ବିନା ସ୍ଵାକ୍ଷରରେ କାମ କରୁଛି,
ସରକାରଙ୍କ ନିୟମମାନି-
ଦମକଳ ବେଲ ମୁଁ ମାରୁଛି ।
ଅପେକ୍ଷା କର କାମ ଚାଲିଛି,
ବିଶୃଙ୍ଖଳା ହେଲେ ପୋଲିସ ଅଛି,
ହାଜତ ତୁମକୁ ଚାହିଁ ବସିଛି,
ବଗଡ଼ା ଅନ୍ନ ମାମୁଁ ରାନ୍ଧିଛି
ଅଧିକ କହିଲେ ଠେଙ୍ଗିଣୀ ଅଛି ।
ଅପେକ୍ଷା କର କାମ ଚାଲିଛି,
ଆମ ଠୁଁ ପାଉଣା ସେ ପାଉଛି,
ଆମର କଥା ସେ ଶୁଣୁଛି,
ତା'ର କଥା ମୁଁ ବୁଝୁଛି,
ଆମର ଭଲ ସମ୍ପର୍କ ଅଛି ।
ଅପେକ୍ଷା କର କାମ ଚାଲିଛି,
ଟଙ୍କା ଥିବା ଲୋକେ ଆଗେଇ ଆସ,
ବଡଲୋକ ନେତା ଚେୟାରରେ ବସ,
ଶାଳୀ ମାଇପେ ମୋ ପାଖକୁ ଆସି-
ଆଉ ସବୁ ଭାଇ କାଲି କି ଆସ ।
ଅପେକ୍ଷା କର କାମ ଚାଲିଛି,
ଘରେ ଯାଇ ଶୁଅ ଶୀତ ହେଉଛି,
କମିଶନ ପରା ବଣ୍ଟା ଚାଲିଛି,
ଆତ୍ମହତ୍ୟା କର ମୁଁ କହୁଛି,
ପିଟା ମରା ଚୋର ମୁଁ ହୋଇଛି,
ଅପେକ୍ଷା କର କାମ ଚାଲିଛି ।
