ଆଜି କାଲି ରାଜନୀତି
ଆଜି କାଲି ରାଜନୀତି


ଓଡିଶାକୁ ଖାଇଗଲେ ନେତା ମନ୍ତିରୀ
ବାହାରିଲେ ଅନେକ ଯୁବ ବେକାରୀ ।
ଯିଏ ଏଠି ଆଇନ ଗଢ଼େ, ସିଏ ଭାଙ୍ଗୁଛି
ସୁରକ୍ଷା ବଦଳରେ ପାହାର ଦେଉଛି ।
ସବୁ ଏଠି ଭୁଲ ଜନତାର ଭାଇ
ଅଳ୍ପକିଛି ଲୋଭରେ ଭୋଟକୁ ବିକଇ ।
ଓଡିଶା ସମାଜେ ପଙ୍ଗୁ ଆଜି ଯୁବଶକ୍ତି
ଭୋଟ ବେଳେ ଉଛୁଳଇ ମଦପିଆ ଭକ୍ତି ।
ଯେଉଁ ଆଇନ ନ୍ୟାୟ ଦେଇପାରୁ ନାହିଁ
ତାଆ ପାଇଁ ସମ୍ମାନ ଆସିବ ହେ କାହିଁ ।
ମାନ ଅଛି ବୋଲି କିଆଁ ବନ୍ଦୀ ହେବେ ନାହିଁ
କେବଳ କିଆଁ କୁହ ଆଇନ ଗରିବ ପାଇଁ ।
ନ୍ୟାୟ ଯଦି ଦେଇ ପାରୁନାହଁ ସରକାର
ଏତେ ନ୍ୟାୟଳୟ କିଆଁ କୁହ ଦରକାର ।
ବେବିନା, ସସ୍ମିତା, ପରୀ ଅନେକ ଫୁଲ
ଫୁଟିବା ଆଗରୁ ତାଙ୍କ ହୋଇଗଲା କାଳ ।
ନ୍ୟାୟ ପାଇଁ ଜନତା କରିଲେ ଧାରଣା
ମିଶି ନେତା, ପୋଲିସ, ଅଫିସର ଦିଅ ଯନ୍ତ୍ରଣା ।
ଛାତିରେ ହାତ ରଖି ତମେ କହିଦେଖ ଥରେ
ମାଆ ଝିଅ ଭଉଣୀ ପତ୍ନୀ ନାହିଁ କି ତମ ଘରେ ।
ଯଦି ଜଣେ ମାଆର କରିପାରୁ ନାହଁ ନ୍ୟାୟ
ହେ ଲୁଟିଖିଆ, ମୁଖପିନ୍ଧା ସରକାର ଇସ୍ତଫା ଦିଅ ।
ମୁଖାପିନ୍ଧା ନେତା ମନ୍ତ୍ରୀ ଲାଜ ସରମ ନାହିଁ
ପୋଲିସ ଏଠି ଗାନ୍ଧୀ ମାଙ୍କଡ଼ ସବୁ ଦେଖୁଥାଇ ।
ନାରୀ ନାରାୟଣୀ ଜାୟା ସେ ଜନନୀ
କେବେ ପ୍ରିୟତମା କେବେ ସେ ଭଗିନୀ ।
କେବେ ମୀର
ାବାଈ, ସାବିତ୍ରୀ ସେ ପୁଣି ସୀତା
ଲଢ଼ିପାରେ, ଉଢିପାରେ ଇତିହାସ ଗାଏ ତାର ଗାଥା ।
ସୁଧୁରି ଯାଆରେ ବେଇମାନ ମଣିଷ
ନ ହେଲେ ମେଣ୍ଟିବୁ ହୋଇ ଦିନେ ଶୋଷ ।
ବିଡ଼ା ବିଡ଼ା ଟଙ୍କା ନେଇ ରଫାଦଫା କର
ନିରୀହ ଆଖିରେ ଆଜି ରକ୍ତର ଅଶ୍ରୁ ଧାର ।
ତାତିଛି ଜନତା ଆଜି ପଲ୍ଲୀରୁ ଦିଲ୍ଲୀ
ଫଇସଲା ହେବ ନିଶ୍ଚେ ଖୋଲାଖୋଲି ।
ସ୍ୱାଧୀନତା ପାଇ ନାହୁଁ ଆମେ ଆଜି ଯାଏଁ
ଅତ୍ୟାଚାରୀ ଇଂରେଜ ଆଜ ସରକାର ବୋଲାଏ ।
ପଦବୀରେ ରହି ରଚ ମହାଭାରତର ଚକ୍ରବ୍ୟୁହ
ନିଶ୍ଚୟ ଧର୍ମର ହିଁ ହେବ ଜୟ ଜାଣିଥାଅ ।
ନାରୀ ପାଇଁ ମହାଭାରତ ପୁଣି ରାମାୟଣ
ସୁଧୁରି ଯାଅ ନ ହେଲେ ପାଳି ତମର ଜାଣ ।
ନାରୀ ପାଇଁ ତୃତୀୟ ବିଶ୍ଵଯୁଦ୍ଧ ହେବ ହେ ଦିନେ
ଇତିହାସ ସାକ୍ଷୀ ବନ୍ଧୁ ରଖିଥାଅ ମନେ ।।
× × × × × × × × × ×
ମସ୍ତିଷ୍କ ମୋ ଭାବିଛି ହସ୍ତ ମୋ ଲେଖିଛି
ଦୋଷନାହିଁ ମୋର ମୁଁ ଏମିତି ବସିଛି ।
ୟୁଟ୍ୟୁବ ଭିଡିଓ ଦେଖି ହୃଦୟ କାନ୍ଦିଲା
କାନ୍ଦି କାନ୍ଦି ଅଚାନକ ଆଖିରୁ ଝରିଲା ।
ଲୁହ ହୋଇ କବିତାର ନେଲା ବନ୍ଧୁ ରୂପ
ଦୁନିଆଁ ଦାୟୀ ମୁଁ କରିନାହିଁ ପାପ ।
ଅଧର୍ମୀ ଆତ୍ୟାଚାର କର୍ମ ଦେଖି ସହେ କି ହୃଦୟ
ଆମେ ଭାରତୀୟ ଆମକୁ ଦରକାର ନ୍ୟାୟ ।।