STORYMIRROR

suryakanti Barik

Inspirational

4  

suryakanti Barik

Inspirational

ଓଡିଶା ସଂସ୍କୃତି ଓ ପରମ୍ପରା

ଓଡିଶା ସଂସ୍କୃତି ଓ ପରମ୍ପରା

2 mins
275

ଓଡ଼ିଆ ବୋଲି ମୁଁ ଗର୍ବ କରେ ଆଜି

ଓଡିଶା ମୋ ଜନ୍ମଭୂଇଁ

ବଡ ଠାକୁର ଯା'ର ଆରାଧ୍ୟ ଦେବତା

ସେହି ମୋ କର୍ମଭୂଇଁ (୧)


ଆଧ୍ୟାତ୍ମିକତା ଆମ ଜାତିର ଆଧାର

ସଂସ୍କୃତିକୁ କରେ ଦୃଢ଼

ନୃତ୍ୟ,ଗୀତ ଆଉ ସଙ୍ଗୀତ ମୂୂୂର୍ଚ୍ଛନା

କରେ ପୁୁଣି ରୁୁଦ୍ଧିମନ୍ତ (୨)


ଜଗତର ନାଥ ପ୍ରଭୁ ଜଗନ୍ନାଥ

ସଂସ୍କୃତିର ଭାବଧାରା

ଭକ୍ତ ଭଗବାନ ଅପୂର୍ବ ମିିିିିଳନ

ଉତ୍କଳ ମାଟିରେ ପରା (୩)


ଭାଗବତ ହରି ନାମ ସଂକୀର୍ତ୍ତନ

ଗାଁ ଠୁ ସହର ଯାଏ

ହରିବୋଲ ସାଥେ ହୁଳହୁଳି ଶବ୍ଦ 

ଶଙ୍ଖଧ୍ବନି ଶୁଭୁଥାଏ (୪)


ଗିିନି ମାଦଳ ଭେରୀ ତୂରୀ ବାଜି

ଜଳେ ଆଧ୍ୟାତ୍ମିକ ବହ୍ନି

ଆନନ୍ଦ ଉଲ୍ଲାସେ ସଭିିିଏଁ ନାଚନ୍ତି

ଭାଇଚାରା ଭାବ ବୁୁୁଣି (୫) 


ବାରମାସେ ତେର ଯାତରା ଏଇଠିି

ବଡଦାଣ୍ଡେ ଲାଗେ ଭିଡ

ଦେଶ ବିଦେଶରୁ ଆସନ୍ତି ଭକତ

ଦେଖିବାକୁ ରଥଯାତ (୬) 


ପଣସଙ୍କରାନ୍ତିିି ଅକ୍ଷୟ ତୃତୀୟା

ଶ୍ରୀ ଜଗନ୍ନାଥଙ୍କ ଯାତ

ରକ୍ଷାବନ୍ଧନ ଜନ୍ମାଷ୍ଟମୀ ପୁଣି

ଦଶହରା ନବରାତ୍ର (୭) 


ପିିିତୃପକ୍ଷ ପାଳନ ମହାଳୟା ଶ୍ରାଦ୍ଧ

ପଡେ ଆଶ୍ୱିନ ମାସରେ

 ଅନ୍ଧାରରେ ଆସି ପିତୃଗଣ ଯାନ୍ତି

ଦୀପାବଳିୀ ଆଲୁୁଅରେ (୮) 


ଖୁୁୁୁଦୁରୁକୁଣୀ ପରେ ଜହ୍ନିଓଷା ଆସେ 

କାର୍ତ୍ତିକେ ପଞ୍ଚୁକ ବ୍ରତ

କାର୍ତ୍ତିକ ପୁୁୁୁନେଇଁ ବୋଇତ ବନ୍ଦାଣ

ସାଧବ ପୁଅର କୃୃତ୍ୟ (୯)


ପଶ୍ଚିମ ଓଡ଼ିଶା ନୂଆଖାଇ ପର୍ବ

ନୂୂୂଆଖାଇ ଭେଟଘାଟ

 ସ୍ନେହପ୍ରୀତି ଦେଇ ବାନ୍ଧେ ସମସ୍ତଙ୍କୁ

ଭୁୁୁୁଲିି ଜାତ ଭେଦଭାବ (୧୦)


ଓଡିଆଣୀ ବୋହୂ ଆମ ଗୃୃୃହଲଷ୍ମୀ

ମାର୍ଗଶୀର ଗୁରୁବାରେ

ଲିିିପାପୋଛା କରି ଝୋଟି ଆଙ୍କେ କେତେ

ମାଣବସା ନୀତି ପାଳେ (୧୧)


ମକର ସଂକ୍ରାନ୍ତି ଦୋଳ ହୋଲି ପର୍ବ

ରଜପର୍ବ ମଉଜରେ

ଭାଇ ଜିଉଁନ୍ତିଆ ପୁଅ ଜିଉଁନ୍ତିଆ

କରେ କେତେ ଶରଧାରେ (୧୨)


ମନ୍ଦିରମାଳିନୀ ଓଡିଶାରେ ଶୋଭେ

ବିିିିିଷ୍ଣୁ ଶୈବ ଶକ୍ତି ପୀଠ

ପିିିଠାପଣା କରି ଓଷା ବ୍ରତ କରେ  

ସ୍ବଚ୍ଛ କରି ହୃଦଗାତ୍ର (୧୩)


ଶିିିିଳାଲିପି ଚିତ୍ର ଭାସ୍କର୍ଯ୍ୟ ସ୍ଥାପତ୍ୟ

ଶିିିିଳ୍ପ ବିଦ୍ୟା କାରିଗରୀ  

 ସ୍ୱର୍ଣ୍ଣାକ୍ଷରେ ଲେଖା ଓଡ଼ିଶା ବୁକୁରେ

ଓଡ଼ିଆ ବୈଭବ ଶିରୀ (୧୪)


ସୂୂୂୂୂର୍ଯ୍ୟମନ୍ଦିର ଦିଏ ମୂକସାକ୍ଷୀ

ଧର୍ମପଦ ସ୍ୱାର୍ଥତ୍ୟାଗ

ବାର ବରଷର ବାଳକ ହୋଇ ସେ

ରଖିଲା ଯଶ ଗୌରବ (୧୫) 


ଧାନରେ ତିଆରି ଦେବଦେବୀ ମୂର୍ତ୍ତି

ବାଉଁଶର ବେତ କାମ

ପିିିିପିଲିି ଚାନ୍ଦୁୁଆ ମୃୃଣ୍ମୟ ଶିଳ୍ପ

ହସ୍ତଶିଳ୍ପ ନିିଦର୍ଶନ (୧୬)


କଟକର ସୁୁୁନା ରୂପା ତାରକସି

କଣ୍ଟିଲୋ ପିତ୍ତଳ ବାସନ

ସୂକ୍ଷ୍ମ କାରୁୁୁକାର୍ଯ୍ୟ ଦେଖାଇଛୁ ଆମେ

କଳାଚାତୁୁୁରୀରେ ନିପୁଣ (୧୭)


ତନ୍ତବୁଣା ଲୁଗାପରେ ବାନ୍ଧ କାମ

ଓଡ଼ିଶା ସଂସ୍କୃତି ଚିତ୍ର     

ସମ୍ବଲପୁରୀ ଵସ୍ତ୍ର ଦେଶ ବିଦେଶରେ

ହୋଇଛି ବହୁ ଆଦୃତ (୧୮)


ସମ୍ବଲପୁରୀ ଭାଷା ନୃତ୍ୟ ଗୀତ

ଶୁୁୁଣିଲେ ଦୁଲୁକେ ଛାତି

ଝିିଅ ବୋହୂ ନର୍ତ୍ତକୀ ଦିଶନ୍ତି ସୁନ୍ଦର

ପିିିିିନ୍ଧି ସମ୍ବଲପୁରୀ ଶାଢୀ (୧୯) 


ସମ୍ବଲପୁୁୁର ଶୀତଳ ଷଷ୍ଠୀ ଯାତ

ବରଗଡ଼ ଧନୁୁୁଯାତ

ଓଡିଶୀ ନୃତ୍ୟ ଗୀତ ଆଉ ସଂଗୀତ

ସାରା ବିିଶ୍ବରେ ପ୍ରସିଦ୍ଧ (୨୦) 


ଛଉ ଦଣ୍ଡନାଚ ପାଇକ ଘୁମୁରା

ଗୋଟିପୁଅ ଲୋକ ନୃତ୍ୟ

ଢଗ ଢମାଳି ଆଉ ଭୁଆସୁଣୀ କାନ୍ଦ

ପରମ୍ପରା ପ୍ରଚଳିତ (୨୧) 


ଦାସକାଠିଆ ପାଲା ଯାତ୍ରା ପରମ୍ପରା

ଚଳଣି କରେ ଉନ୍ନତ

ଆମ ଜୀବନକୁୁ ମଧୁମୟ କରେ 

ଜୀବନ୍ତ ଝଲକ ଚିତ୍ର (୨୨) 


କେତେ ଯୋଗଜନ୍ମା ସାହିତ୍ୟ ସାଧକ

ମହାପୁରୁୁଷ ମହର୍ଷି

ସ୍ୱାଧୀନତା ସଂଗ୍ରାମୀ ଜନମି ମାଟିରେ

 ତ୍ୟାଗ କଲେ ହସି ହସି (୨୩) 


ସନ୍ଥ କବି କାନ୍ତ କବି ବ୍ୟାସ କବି

କେତେ ଦ୍ୱିତୀୟ ଈଶ୍ୱର

ଉତ୍କଳମଣି ଗୋପବନ୍ଧୁ ଦାସ

ବିିିିଶ୍ୱ ଦରବାରେ ଖ୍ୟାତ (୨୪) 


ଶାଗ ବଡି ଚୁଡା ଆଳୁୁୁୁୁୁପୋଡା ସାଥେ

ବାସି ପଖାଳର ଭାତ

ବାସି ତୋରାଣି ପିିିିଇ ସନ୍ତୋଷ ଲାଗେ

ଲାଗେ ବହୁତ ସୁୁୁଆଦ (୨୫) 


ବୌଦ୍ଧ ଜିିିିିଲ୍ଲାର ବୌଦ୍ଧ କୀର୍ତ୍ତି ଆଉ

ଜରାଜୀର୍ଣ୍ଣ ରାଜବାଟୀ

ଚାରିଶମ୍ଭୁ ମନ୍ଦିର ରାମେେଶ୍ଵର ମନ୍ଦିର

ଅଭୁଲା ଅତୀତ କୀର୍ତ୍ତି (୨୬) 


ପୁୁୁୁୁରୁଣାକଟକେ ଭୈରବୀ ମନ୍ଦିିର 

ଯୋଗମାୟା ଜଗଜ୍ଜନନୀ

ଲଗ୍ନ ମୂଳଦେବୀ ତନୁ ରକ୍ଷାକାରୀ

ଓଡିଆ ମଉଡମଣି (୨୭) 


 ଭାରି ଅଭାମାନୀ ଆମ ମଧୁବାବୁ

ଶିିିଖାଇଲେ ସ୍ୱାଭିମାନ

 ଭାଷାଭିିିତ୍ତିକ ରାଜ୍ୟ ଗଢିଥିିଲେ ସେ

କରି ଆପ୍ରାଣ ଉଦ୍ୟମ (୨୮) 


 ମାତୃଭୂୂମି ମାତୃୃଭାଷାକୁ ଛାଡି

 କେହି ହୋଇ ନାହିଁ ବଡ

 ଜାତି ଭାଇମାନେ ଲେଖା ପଢା କର

ଭାଷା ଆମ ମାନଦଣ୍ଡ (୨୯) 



Rate this content
Log in

Similar oriya poem from Inspirational