STORYMIRROR

Bijaya kumar panda

Inspirational

4  

Bijaya kumar panda

Inspirational

ମୋ ଓଡ଼ିଶା

ମୋ ଓଡ଼ିଶା

2 mins
255

ଅତୀତ ମୋହର ଗୌରବମୟ ,

ବିଭବରେ ଭରା ଆମ ଏ ଉତ୍କଳ

ପ୍ରାକୃତିକ ଶୋଭା କେଡ଼େ ମନୋହର ,

ଦେବଭାଷା ଚଳନି ଧର୍ମନିରପେକ୍ଷତାର।

ଦେହେ ଭରପୁର ଅଛି ନୈତିକତାର ଗୁଣ ,

ଅନେକ ଦିନରୁ ହୋଇଛୁ ସ୍ବତନ୍ତ୍ର

ଗିରି ବନାନୀ ମଣ୍ଡିତ ମସ୍ତିଷ୍କ ଯାହାର

ସାଗର କରୁଛି ନିତି ଜଳାଭିଷେକ।

ତନ୍ ମଧ୍ୟରେ ଶୋଭା ପାଏ କଳା ସ୍ଥାପତ୍ୟର

ଜୀବନ ବିତିଯାଏ ଅତି ସାଧାରଣ

କାଟି କୁଟି ଖାଇ ସୁଖେ ଚାଲିଛି ଜୀବନ

ନିର୍ଭୀକତା ଅଟେ ଆମର ସଂପଦ।

ବିଦେଶୀ ମାନଙ୍କ ବାରମ୍ବାର ଆକ୍ରମଣ,

ବୁଣିଦେଇ ଦେଇ ଗଲେ ବିବାଦର ମନ୍ତ୍ର

ତଥାପି ଏହି ଜାତି ନୁହଁଇ କାତର,

ବିଶ୍ଵଭାତୃତ୍ୱ ପାଇଁ କରୁଛି ସଂଗ୍ରାମ।

ଜ୍ଞାନ ବିଜ୍ଞାନର ଆମେ ନୁହଁଇ ଅକ୍ଷମ

କାରିଗରୀ କୌଶଳରେ କେହି ନାହିଁ ସମ

ଉତ୍କଳମଣି ଙ୍କ ଗୁଣରେ ଚାଲେ ଏହିରାଜ୍ୟ

ଆଧ୍ୟାତ୍ମିକତା ନିର୍ଭୀକତା ଆମ ପସନ୍ଦ।

ପ୍ରକୃତିର ସନ୍ତୁଳନେ ଆମେ ବି ସକ୍ଷମ,

ଜୀବେ ଦୟା ଗୌତମଙ୍କ ବାଣୀରେ ବିଶ୍ଵାସ

ଜନ୍ମିଥିଲେ ଏଠାରେ ଧର୍ମା ପରି ବୀର

ପର୍ଯ୍ୟଟନ ସ୍ଥଳୀ ସଦା ବହୁତ ସୁନ୍ଦର।

ଅତିଥିଦେବୋଭବଃ ସଂସ୍କାର ଆମର

ଲେଖା ଓ ଲେଖକଙ୍କ ନାହିଁରେ ଅଭାବ

ପୂଜ୍ୟପୂଜାରେ ଏଠି କରୁଛୁ ବିଶ୍ଵାସ

ଶାନ୍ତି ମୈତ୍ରୀର ତେଣୁ ହୋଇଥାଏ ବିକାଶ।

କୃଷକ ଓ କୃଷିରେ ଆମେ ବହୁ ପାରଙ୍ଗମ

ଶାସନ ପ୍ରଶାସନରେ ଥାଉ ଆମେ ସ୍ୱଚ୍ଛ

ଧର୍ମରକ୍ଷା ପାଇଁ ଏଠି ହୁଏ ଆବିର୍ଭାବ,

ଯିଏ ନଷ୍ଟ କରି ପାରେ ଅଣୁ ପରମାଣୁର ଖେଳ।

ନିତି ସତ୍ ସଙ୍ଗ୍ ହୋଇଥାଏ ଅନୁଷ୍ଠିତ,

ଯୋଗ ମନ୍ତ୍ର ତନ୍ତ୍ରର ହେଉଅଛି ଅଭ୍ୟାସ

ଆୟୁର୍ବେଦ ସିଦ୍ଧାନ୍ତରେ ଆମେ ସିଦ୍ଧହସ୍ତ,

କଳା ସଂସ୍କୃତି ପରମ୍ପରା ଆମର ଗୌରବ।

ଦିବ୍ୟାଙ୍ଗ ମାନେ ବହୁ ଗୁଣରେ ପରିପୂର୍ଣ୍ଣ

ପ୍ରଶ୍ନର ଉରରେ ଆମେ ବୁଦ୍ଧିମାନ

ଶିକ୍ଷା ଦୀକ୍ଷା ସ୍ବାସ୍ଥ୍ୟ ଖେଳ ନାଚ ଗୀତ

ବିଶ୍ବ ଦରବାରରେ ହୋଇଛି ବିଖ୍ୟାତ।

ରାଜନୀତିକ ପାଲୀରେ ଆମେ ବି ସମାନ,

ଶିଳ୍ପ ଓ ଶିଳ୍ପୀରେ ସର୍ବେ ବହୁ ଧୁରନ୍ଧର

ମହାମାରୀ ବିପର୍ଯ୍ୟୟରେ ସାଜୁ ପ୍ରତିଷେଧକ

ସତ୍ୟବାଦୀ ବନବିଦ୍ୟାଳୟ ତେଣୁ ବିଖ୍ୟାତ।

କିର୍ତ୍ତୀ କଳାକୃତି ଆମକୁ କରିଛି ଜୀବନ୍ତ,

ବୀର ଓ ବୀରତ୍ବ ସହିତ ବିତାଉଛୁ ଜୀବନ

ଗମନାଗମନ ଯୋଗାଯୋଗର ହୋଇଛି ବିକାଶ

ସ୍ବଚ୍ଛ ପରିମଳରେରାଜ୍ୟ ଟି ଗଠିତ।

ଜନଜାତିର ବିକାଶରେ ବଢାଇଛୁ ହାତ

ନିରାଡ଼ମ୍ବର ଭାବେ ଚଳନୀ ତାଙ୍କର,

ଗବେଷଣା କରିଥାନ୍ତି ବିଦେଶରୁ ଆସିଣ

ଜାଣିଥାନ୍ତି ତାଙ୍କ ଠାରୁ କେତେ ଇତିହାସ।

ନଦୀ ନାଳ ପୋଖରୀ ହ୍ରଦରେ ମଣ୍ଡିତ

ପୁରୀ କୋଣାର୍କ ଲିଙ୍ଗରାଜ ତ୍ରିଭୁଜ କ୍ଷେତ୍ର

ଦେଶରେ ବିକାଶ ପାଇଁ ଆମେ ଆଗଭର

ଐତିହ୍ୟ ସମ୍ପନ୍ନ ହେବାରହିଥାଏ ଲକ୍ଷ।

ଶିକ୍ଷାନୀତିରେ ଆସିଛି ପରିବର୍ତ୍ତନ

ବଢ଼ିବା ପାଇଁ ସଭିଙ୍କରୋଜଗାର

ନାରୀ ସଦା ପୂଜ୍ୟା ତାଙ୍କୁ ମିଳିଛି ସମ୍ମାନ,

ବାର ମାସରେ ତେର ପର୍ବ କରଇ ପାଳନ।

ଓଁକାର ଧ୍ଵନି ଯାଗଯଜ୍ଞ ହୁଏ ଅନୁଷ୍ଠିତ

ବିଶ୍ଵଶାନ୍ତି ମହାଯଜ୍ଞ ନାମ କିର୍ତ୍ତନର ଆସର

ଛଉ ପାଲା ଦାସକାଠିଆ ଝୁମର

ଜାତୀୟ ସଂହତି ଭାବେ ହୋଇଥାଏ ଜାଗ୍ରତ।

ସକ୍ଷମ ଓଡ଼ିଶା ଭାଷା ତା'ର ମିଠା

ନୁହେଁ କେବେ ସେ ଦୃର୍ବଳ

ପଖାଳ ଶାଗ କେତେ ପିଠାପଣା

ମଜା ନେଉ ଥାଉଁ ତାହାର।

ମାତୃଭୂମି ମାତୃଭାଷା କରୁଛି ଜୁହାର

ତୁମରି ପାଇଁ ଜୀବନ ଦେଇ ଢାଳିବିରକ୍ତ

ସତ୍ୟ ଶାନ୍ତି ମୈତ୍ରୀରେ ହେବା ଆଗଭର,

ବିଶ୍ଵ ଦରବାରରେ କରିବା ପରିଚିତ।।

ମୋ ଓଡ଼ିଶା ତା'ର ଭାଷା ବହୁତ ମିଠ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational