STORYMIRROR

Dr. Pratap Kumar Swain

Inspirational

4  

Dr. Pratap Kumar Swain

Inspirational

ତୁମେ ଥରେ ଆସିବ କି

ତୁମେ ଥରେ ଆସିବ କି

2 mins
171


ତୁମେ ଥରେ ଆସିବ କି

ଅନନ୍ତ ଶୟନ ତେଜି

କମଳା ମାଆଙ୍କୁ ସାଥେ ନେଇ

ଦେଖିବ ତୁମରି ବିଶ୍ବ

ଖେଳୁଛି ଯହିଁ ହତାଶ

କରୋନା ଦେଇଛି ତାର କାୟା ମେଲାଇ।


ମଣିଷ ସାଜିଛି ବନ୍ଦୀ

ଭୂତାଣୁ ଦେଉଛି ଛନ୍ଦି

ମୃତ୍ୟୁ ର ବିଭୀଷିକା ରଚିଛି ସେହି

ଦ୍ବାପର ପରେ ହେ ନାଥ

ହେଲ ତୁମେ ଜଗନ୍ନାଥ

ଦାରୁବ୍ରହ୍ମ ହୋଇ ପ୍ରଭୁ ଗଲ କି ଶୋଇ।


ତୁମ ଗଢା ଏ ସଂସାର

ମଣିଷକୁ ଶ୍ରେଷ୍ଠ କଲ

ମଣିଷର ସର୍ବନାଶ ଦେଖ କିମ୍ପାଇଁ 

ଭୂତାଣୁ କି ତୁମ ସୃଷ୍ଟି

ଆଣିଛି ଏଠି ବିପତ୍ତି

କି ଲାଭ ହେ ପ୍ରଭୁ ନିଳାଚଳେ ତୁ ଥାଇ।


କଳି ଯୁଗେ ତୁ କଳକୀ

ଅବତାର ଅଛି ବାକି

ତା ପୂର୍ବରୁ କରୋନା କି ଦେଲୁ ପଠାଇ

ମାନୁଛି ମଣିଷ ଆଜି

ଗର୍ବେ ଅନ୍ଧ ହୋଇଅଛି

ଧରାକୁ ସରା ଜ୍ଞାନ କରଇ ସେହି।


ତା ପାଇଁ କି ଭୂତାଣକୁ

ପଠାଇ ଦେଲୁ ମହୀକୁ

ବଞ୍ଚି ଥାଉ ଥାଉ ତାଙ୍କୁ ମାରିଲୁ ତୁହି

ଶ୍ମଶାନେ ମିଳେନା ସ୍ଥାନ

ଚାରି କାନ୍ଧ ତ ସପନ

ପରିବା ବସ୍ତା ଭଳି ଯେ ଶବ ଯାଅଇ।


ଡାକ୍ତର ଛୁଅଁନ୍ତି ନାହିଁ

ରୋଗୀ ଚାହେଁ ବୋକାହୋଇ

ରୋଗକୁ ଔଷଧ ଏଠି ମାନଇ ନାହିଁ

ତୁମେ ଥରେ ଆସିବ କି

ଶଙ୍ଖ ଚକ୍ର ହସ୍ତେ ଧରି

ଦୁର୍ଦିନ ରେ ଛିଡା ହେବ ବନ୍ଧୁ ଟେ ହୋଇ।


ମଣିଷ ଟା ଅହଂକାରୀ

ମାନୁନାହିଁ କିଛିପୁଣି

ପ୍ରକୃତି କୁ ଧ୍ବଂସ ନିତି କରିଚାଲଇ

ତୁମେ ଥରେ ଆସିବ କି

ତା କାମନା ନାଶିବକି

ଦର୍ପ ଦଳି ତାକୁ ବୁଦ୍ଧି ଦେବ ଶିଖାଇ।


ତୁମେ ଯଦି ଆସି ଯିବ

ମନୁଷ୍ୟ ସୁଧୁରିଯିବ

ତୁମ ଆଜ୍ଞା ପାଳିବ ସେ ଅଧୀନ ହୋଇ

ମହାଭାରତେ ଯେପରି

ପାଣ୍ଡବଙ୍କ ଦର୍ପ ଚୁରି

ମହା ଯୋଦ୍ଧା ବୋଲାଇଲୁ ଅସ୍ତ୍ର କୁ ଥୋଇ।


ଭୂତାଣୁ ପେଶିବା ତୋର

ନୁହେଁ ଉଚିତ ବେଭାର

ନେବୁ ଯଦି କଳ୍କୀ ରୂପ ନିଏରେ ତୁହି

ଧର୍ମ ସଂସ୍ଥାପନା କର

ଅଧର୍ମ ବିନାଶ କର

ମଣିଷ କୁ ଦିବ୍ଯଜ୍ଞାନ ଦିଅ ହେ ତୁହି।


ଭୂତାଣୁ କୁ ରଖି ଦୂରେ

ତୋ ପ୍ରଜା ତୁହି ଉଦ୍ଧାରେ

ପ୍ରକୃତି ରେ ହସ ଖୁସି ଦିଏ ଫେରାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational