STORYMIRROR

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ମୁଁ କବି ଟିଏ କହୁଛି !

ମୁଁ କବି ଟିଏ କହୁଛି !

2 mins
213


ମୁଁ ଅନାଗତ କବି କହୁଛି

ମୋର ଏହି ଲେଖନୀର ମୂନେ

ଚାଲି ଯାଅ ଆରେ

ମୋ ଦେଶରେ ସ୍ଵାର୍ଥନ୍ଵେଷୀ ଦଳ

ଜଞ୍ଜାଳର ଘେର ମଧ୍ୟେ

ଶୋଇନାହିଁ ଆଉ ଐରାବତ

ଇନ୍ଦ୍ରର ବଜ୍ର 

ଶଦ୍ଦେ ଉଠିଛି ସେ ଜାଗି

ଉଠିଛି ସେ ଦିଗ ଚମକାଇ

ତୁମରି ନିପାତ ପାଇଁ

ଅହିଂସାର ମନ୍ତ୍ରପୂତ ହୋଇ

ରଞ୍ଜିତ କରିଦେବ

ତୁମର କଳାଧନର ରକ୍ତକୁ

ମୋର ଏହି ଲେଖନୀର ମୂନେ

ଜାଗ୍ରତ ଆଜି କଲମ ମୋହର

ସୂକ୍ଷ୍ମ କ୍ଷୀଣ ତନୁ ଧରି

ଦୁର୍ବଳ ଶରୀର ମଧ୍ୟେ 

ଶକ୍ତି ଦେଖାଇବ ପାଇଁ

ତୁମର ମୃତ୍ୟୁ ପାଇଁ 


ବିପ୍ଳବୀ ସାଜିଛି ମୋ କଲମ

ତାର ସରୁ ଗୋଜିଆ ଧାରରେ

ସେ ସହିବ ଏ ଜୀବନର

ସମସ୍ତ ଦୁଃଖ ଘନଘଟା

ଦେହରୁ ତାର ରକ୍ତ ଝରିଲେ ବି

ସଞ୍ଚାରିତ ହେବ ପୁର୍ନବାର ରକ୍ତ

ତାର ସେ ଦୁର୍ବଳ ଶରୀରରେ

ସେ କଙ୍କାଳ ହେଲେ ବି

ତାର ମୂନ ସରିଗଲେ ବି

ମୋଟା ମୋଟା ଅକ୍ଷରରେ ଲେଖିଦେବ

ତାର ଜୟ ଗୀତି

ଜୟ କବି ଜାତି ।


ମୁଁ ଅବହେଳିତ କବି କହୁଛି

ଏ ସମାଜର ଚାଟୁକାରଙ୍କୁ

ତୁମେ ବ୍ରିଟିଶ ଠାରୁ ବି ହୀନ

ତୁମେ ଅସୁର ଦଳ

ନାରୀକୁ ନାବାଳିକାକୁ

ଗଣଧର୍ଷଣ କରି ଅନାୟସେ

ମାର ପେଟରୁ ଶିଶୁକୁ ଛଡେଇ

ଗରୀବର ଖାଦ୍ୟରେ ବିଷ ମିଶାଇ

ତିଳ ତିଳ କରି ଦଗ୍ଧ କର

କଳାହାଣ୍ଡିର ଗରୀବ ପିଲାଙ୍କୁ

ବିକ୍ରି କର ସାମାନ୍ୟ ଟଙ୍କା ପାଇଁ

ତାର କଙ୍କାଳକୁ ସାଇତି ରଖ

ନିଜ ଆଡମ୍ବର ପାଇଁ

ଗରୀବ ସ୍ତ୍ରୀ ଝିଅକୁ ନେଇ 

ରୂପ ବ୍ୟବସାୟ କରି

ସତୀ ନାରୀକୁ ଅସତୀ କରି

କଳଙ୍କର କାଳିମା ବୋଳି

ତାକୁ ରୂପ କନଓ୍ଵାର ପରି

ଜୀବନ୍ତ ଦଗ୍ଧ କର ।


ବିଧବା ସ୍ତ୍ରୀକୁ ଟଙ୍କାର ଲୋଭରେ

ପେଟର ଜ୍ଵାଳାରେ

ଜୀବନ୍ତ ଖିନଭିନ କର

ତାର ଶରୀରକୁ

ରାସ୍ତା କଡର ଭିକାରୀକୁ ନେଇ

ତୁମେ ତାର ମାଂସ ବିକ୍ରୀ କରୁଛ

ନିଜକୁ ବିବେକୀ ସାଜି

ଧଳା ପୋଷାକ ଭିତରେ

କଳା ଦେହକୁ ସଜାଇ ରଖିଛ

ଛୁରୀ କାକୁଡି ସବୁ ତୁମରି ହାତରେ ।


ମୁଁ ସମାଜର ଦୁସ୍ଥ କବିଟିଏ କହୁଛି

ତୁମେ ନଗ୍ନ ଛବି ଦେଖାଇ

ଟଙ୍କା ଶୋଷି ନେଉଛ

ଅର୍ଦ୍ଧ ନଗ୍ନ ସ୍ତ୍ରୀକୁ ଦେଖି

ତାର ଉପରକୁ ନୋଟ ବିଡା ଫିଙ୍ଗୁଛ

ଚିନ୍ତା କରି ଦେଖିଛ

ସେ କାହିଁକି ନଗ୍ନ

କଳ୍ପନା କରିଛ

ତାର ମୂଖ୍ୟ କାରଣ କ'ଣ ?


ତୁମେ ଧରା ପଡିଯିବ

ଯେମିତି ସାମାନ୍ୟ ମିଛ ପାଇଁ

ନରେ ବା ଗୁଞ୍ଜରେ ଅଶ୍ଵସ୍ତମା ହତଃ

ଯୂଧିଷ୍ଠିରଙ୍କ ନର୍କ ଦର୍ଶନ

ସେମିତି ନର୍କଗାମୀ ହେବ

ଏ ଚକା ଆଖିର ଦୃଷ୍ଟିରେ ।


ମୁଁ କବିଟିଏ ମୁଁ କହୁଛି

ମୋର ଲେଖନୀର ମୂନେ

ମୋର ଅବ୍ୟକ୍ତ ଭାଷାକୁ

ଅସହ୍ୟ ଅତ୍ୟାଚାର ଭିତରେ

ପ୍ରତିଶୋଧର ନିଆଁ ଧରି

ମୋର ପ୍ରତି ଅଙ୍ଗେ ଅଙ୍ଗେ

ଖସି ପାରିବନି ଆଉ

ବେଶ ଖସି ଯାଇଛ

ତୁମକୁ ପ୍ରତିକ୍ଷଣ ବିଦ୍ଧ କରିବ

ମୋର ଲେଖନୀର ମୂନ ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational