STORYMIRROR

GAGAN KUMAR DASH

Inspirational

5.0  

GAGAN KUMAR DASH

Inspirational

ମୋ ଦେଶ ଶ୍ରମିକ/କୃଷକ

ମୋ ଦେଶ ଶ୍ରମିକ/କୃଷକ

2 mins
187


ମୋ ଜୀବନର ପ୍ରତିଟି ପଥରେ

ଯନ୍ତ୍ରଣା ଯଦି ହୁଏ

ବଞ୍ଚିବାର ଅଭିଳାଷା ନେଇ ବଞ୍ଚିଛି ରହିବ କିଏ ?


ଲିଭି ଯାଉ ମୋ'ର ଜୀବନର ଶିଖା

ଗୋଟିଏ ଫୁତକାରେ 

ଦେହରେ ମୋ'ର କେତେ ଖଣ୍ଡ ମାଂସ

ଯଦି ବା ଯନ୍ତ୍ରଣା ‌ସହି ନ ପାରେ ।


ପ୍ରଭାତ ସୂର୍ଯ୍ୟ ଦେଖିବା ପୂର୍ବରୁ

ଜୀବନ ମୋ ଚାଲି ଯାଉ

ଯଦି ସମାଜର ଅତ୍ୟାଚାରୀ କଳା ବଜାରୀ ପାଇଁ

କିଛି କରିବାର ନାହିଁ ଆଉ ।


ଥର ଥର ଜରା ଗ୍ରାସ କରୁ ମୋତେ

ଜୀବନ ଯୌବନ ପଥେ

ରକ୍ତିମ ମଶାଲ ଜଳି ଯାଉ ମୋ'ର

ଲିଭି ଯାଉ ମୋ'ର ଜୀବନ ଶିଖା ଯେତେ ।


ଯଦି ମୁଁ କ୍ଳାନ୍ତ ଭୀରୁ କାପୁରୁଷ

ଆଳସ୍ୟରେ ମହାବଳିୟାନ 

ସ୍ଵାର୍ଥପର ସୈନିକ ମୁଁ

କର ମୋତେ ହୀନିମାନ ।


ଆଜି ଏ ଦେଶର ଦଳିତ ପତିତ

ଲଢେ ସେ ପେଟ ଚାଖଣ୍ଡକ ନେଇ

ମାଟିରେ ଗଡୁଛି ପଙ୍କରେ ସଢୁଛି

ମୁଣ୍ଡର ଝାଳକୁ ତୁଣ୍ଡରେ ମାରୁଛି

କୁହ ସେ କାହାର ପାଇଁ ।


ତୋ ପାଇଁ ଆଣୁଛି ଆଶାର ସୌଦ୍ଧ

ମୂଲ୍ୟ କି ତାର ଦେବୁ ତୁହି

ବରଂ ତୁ ଶୋଷିବୁ ରକ୍ତ ତା ପିଇବୁ

ମାତ୍ର କେତେ ଟଙ୍କା ଲୋଭ ନେଇ ।


ଭେରି ବଜାଇ ରଣ ହୁଁ କାର ଦେବ

ବଞ୍ଚି କି ପାରିବୁ ତୁହି

ଯିଏ‌ ତ ଲଢ଼ୁଛି ସିଏ ତ ସଢୁଛି

ବଞ୍ଚିବାର ଆଶା ନେଇ ।


ମରୁଛି ବଞ୍ଚୁଛି ତାଡ଼ୁଛି ଗଢୁଛି

ଟୋପାଏ ରକ୍ତ ତା ଦେହେ ନାହିଁ

ଫୁଟାଏ ମାଂସରେ ବଢୁଛି ସାଗରେ

କ୍ଷଣ ନାସା ପରେ ଉଡୁଛି ବ୍ୟୋମରେ

ଦଳିତ ଶରୀରେ ବୁଲୁଛି ଧରାରେ

ଧୈର୍ଯ୍ୟ ଦେଇ କି ପାରିବୁ ତାରେ ।


ମର କି ପାରିବୁ ଆରେ ହୀନବୀର୍ଯ୍ୟ 

ସେହିମାନଙ୍କର ପରି

ଭୂଗୋଳ ଦାର୍ଘିମା ଲଙ୍ଘି କି ପାରିବୁ

ଜ୍ୟାମିତି ପରିଧି ଭିତରେ ଘୂରି ।


ଇତିହାସରେ କି ନାଁ ରଖି ଯିବୁ

ଆରେ ରେ ନିପଟ ମୂର୍ଖ ନଂପୁସକ,

କେବଳ ଶୁଣିବୁ ଅନୁଭବ ନାହିଁ

ପାଟି କରୁଥିବୁ ସତେ କି ତୁ ବୁଢା ଭେକ ।


ଯିଏ ତୋର ଜୀବନ ଦେଇଛି

ଯାହା ପାଇଁ ତୁ ଜୀବନ ଧରିବୁ

ଯାହାର ଶୌଦ୍ଧରେ କୋଠା ତୁ କରିଛୁ

ଯାହାର ଭ୍ରମରେ ପୋଷାକ ପିନ୍ଧୁଛୁ

ଯାହା ପାଇଁ ତୁ ଧନୀ ବୋଲାଉଛୁ

ଯାହାର ଧନରେ ଗାଡ଼ି ତୁ ଚଢୁଛୁ

ଯାହାର ପାଇଁ ତୁ ଗର୍ବ କରୁଛୁ

ଯାହାର ନିଃଶ୍ୱାସ ନେଇ ତୁ ବଞ୍ଚିଛୁ

ସେଇ ତୋର ଶ୍ଵାସଟିଏ‌ ।


ଲୁଚି ପାରିବୁ ନି ବଞ୍ଚି ପାରିବୁ ନି

ଏହି ତିନି ପୁରେ

ମରଣ ଧାଇଁବ ତୋତେ ନ ଛାଡିବ

ପଳାୟନ ପନ୍ଥୀ ଆରେ


ଯଦି ମରଣଟା ବାସ୍ତବିକ

ସେ ମରିବନି ତୁ ମରିଯିବୁ

ନାହିଁରେ ତା ମରଣ ଚିନ୍ତା,

ସିଏ ତ ଦେଶ ଓ ଦଶର

ଭାଗ୍ୟବାନ ଭାଗ୍ୟ ବିଧାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational