STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ମୋତେ ଫେରାଇନିଅ

ମୋତେ ଫେରାଇନିଅ

2 mins
218



ମୁଁ ଅଯୋଗ୍ୟ ମୁଁ ଅସମର୍ଥ ଜଣେ ସୁମଣିଷ ହେବାରେ

ରଖିପାରିଲିନି ମାଟିକୁ ଦେଇପାରୁନି ତାକୁ ଟିକେ ସ୍ନେହ

ଗଛଲତା କାନ୍ଦୁଛନ୍ତି ଅହରହ ପୋଛି ତ ପାରୁନି ତାଙ୍କ ଲୁହ

ଅସହାୟ ଜୀବଜନ୍ତୁଙ୍କ ଭାଙ୍ଗୁଛି ଘର ବୁଝୁନି ଛାତିର କୋହ

ସ୍ୱାର୍ଥରେ ଜନ୍ମିଛି ସ୍ୱାର୍ଥରେ ମରୁଛି ଛାଡୁନି ଲୋଭ ଇର୍ଷା ମୋହ

       ହେ ଈଶ୍ୱର ବୁଦ୍ଧିମାନ କରି ଭୁଲ କରିଛ କି ମୋତେ

       କାହିଁକି ଆଣିଥିଲ ଏହି ସୁନ୍ଦର ସୁସ୍ଥ ମଧୁର ଧରିତ୍ରୀକୁ

କରିଦିଅ ମୋର ପ୍ରସ୍ତୁତି ଯୋଗ୍ୟ ନୁହେଁ ଜୀବଜଗତର ରକ୍ଷା ପାଇଁ

ହେ ବିଶ୍ୱନିୟନ୍ତା ବିଧାତା ବିଶ୍ୱର ମୋତେ ନିଅ ଫେରାଇ.... (୧) 


ମୁଁ ଅନ୍ଧକାରରେ ଜୀଉଁଛି ଅନ୍ଧ ସ୍ୱାର୍ଥରେ ବଶୀଭୂତ ହୋଇ

ଦୟାହୀନ, କ୍ଷମାହୀନ ଓ ଉଦାରତା ନାହିଁ ରକତେ ମୋର

ଅତ୍ୟାଚାର କରେ, ମହତ ରଖେନି ନଦୀ, ପାହାଡ଼ ଓ ଝରଣାର 

ଗରୀବକୁ ଗୋଇଠା ମାରେ ସମ୍ବେଦନହୀନ ଏ ଜୀବନ ମୋର

ଧନସମ୍ପତ୍ତି ର ଲାଳସା ଭର୍ତ୍ତି ମନେ, ନାହିଁ ବିବେକ ତ୍ୟାଗ ତ ଦୂର

       ଜଳ ତ ଜୀବନ ତାକୁ ପ୍ରତିଦିନ ମାରୁଛି ରକ୍ତାକ୍ତ କରି କରି

       ଛଟପଟ ହୁଏ କୁନି କୁନି କୀଟପତଙ୍ଗ ଓ ସୁନ୍ଦର ପ୍ରଜାପତି

ନାଶ କର ଏ ପାପୀ ଶରୀର ଓ ମନକୁ ମୁଁ ଶ୍ରେଷ୍ଠ ପାରିଲିନି ହୋଇ

ହେ ପ୍ରଭୁ, ପ୍ରକୃତି ରକ୍ଷା ପାରୁନି କରି ମୋତେ ନିଅ ଫେରାଇ... (୨) 


ମୁଁ ଭାସୁଛି ମୋଟର ଧୂଆଁରେ, ବଞ୍ଚିଛି ପେଟ୍ରୋଲ ଡିଜେଲରେ

ଜୀବ ଥାଇ ନିର୍ଜୀବ ସମାନ ଆଜି ବିଳାସର ମିଛକୁ ମଣିଛି ସତ

ମାୟାକୁ ପାଉଛି ଭଲ ମୋହ କୁ କରି ଆପଣାର ନିଶାକୁ କରି ମିତ

ଦେହର ଗୁପ୍ତ କାମନାବାସନାକୁ ପ୍ରତି ରାତିରେ ଟଙ୍କା ଦେଇ କିଣୁଛି

ଅନେକ ରୂପ ମୋର ସମାଜ ସେବକ ରୂପେ ପାପ କେତେ ଲୁଚାଉଛି

      କଙ୍କ୍ରିଟ ଜଙ୍ଗଲ ସୁରକ୍ଷା କରୁଛି ସବୁଜ ଜଙ୍ଗଲ ଦେଉଛି ଜାଳି

      କ୍ଷେପଣାସ୍ତ୍ର ରେ ନିର୍ମାଣ କରଇ ବିକାଶର ନୂତନ ଅସଭ୍ଯତା

ନଷ୍ଟକର ହେ ମହାଦେବ ଏ ଦେହକୁ, ଅବନୀକୁ ନୁଆ ଜୀବଟିଏ ଦେଇ

ହେ କର୍ତ୍ତା ଜାଳିବି ତୁମ ଧରିତ୍ରୀକୁ, ଶିଘ୍ର ମୋତେ ନିଅ ଫେରାଇ... (୩) 


ମୁଁ ହସୁଛି ନୋଟର ଗାଦିରେ ଗରୀବର ଲୁହରେ ଗାଧୋଉଛି

ମହଣ ମହଣ ସୁନା ରଖି ଧନ, କାଗଜ ଡିଗ୍ରୀ ରଖି ବୋଲାଉଛି ଜ୍ଞାନ

କର୍ତ୍ତବ୍ୟଠୁ ଖୁବ୍ ଦୂରେ ଅନ୍ୟ ଜୀବ ଅଧିକାର କ୍ଷେତ୍ରକୁ ପ୍ରବେଶର ମନ

କ୍ଷମତାର ଅନ୍ଧକାର କୋଠରୀ ରେ ଚଉକି ପରେ ଚଉକିର ସନ୍ଧାନ

ବିଚାର ବିକ୍ରୟ କରି ପାଉଣା ପାଉଛି ଛି ଛି ଈଶ୍ବରଙ୍କୁ କି ଅପମାନ

      ପ୍ରାଣ ପାଇଁ ନୁହେଁ ଅୟସ ପାଇଁ କରୁଛି ତରଙ୍ଗ-ବିଜୁଳି ନିଲାମ

      ଧନ ତ ସଞ୍ଚୁନି ସଞ୍ଚୁଛି ପରପୀଢି ପାଇଁ ଦୁଃଖ ଲୁହର ମହଲ

ଶେଷକର ହେ ଶେଷଦେବ ଏ ଆତ୍ମାକୁ, ସବୁଜତାର ସୁରକ୍ଷା ପାଇଁ

କ୍ଷମା ହେ ଗୋସାଇଁ ଏ ଜନ୍ମେ, ନିଶ୍ଚେ ମୋତେ ନିଅ ଫେରାଇ... (୪)



Rate this content
Log in

Similar oriya poem from Inspirational