STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ବିଭୁ ପ୍ରାର୍ଥନା ଘନଶ୍ୟାମ ଜେନା

ବିଭୁ ପ୍ରାର୍ଥନା ଘନଶ୍ୟାମ ଜେନା

1 min
275

ବିଭୁ ପ୍ରାର୍ଥନା(ରାଗ.ସଙ୍କରାଭରଣ) ବିଶ୍ଵ ବ୍ରହ୍ମାଣ୍ଡବିହାରୀ,ଆହେ ଭଗବାନ ବିରାଜିଣ ହୃଦପଦ୍ମେ,ଦିଅ ଦିବ୍ୟ ଜ୍ଞାନ। ଢ଼ାଳି ତବ କୃପାବାରି ସବୁରି ଅନ୍ତରେତୁମେ, ରହିଅଛି ପୂରି।୧। ସର୍ଵ ଅନ୍ତର୍ଯ୍ୟାମୀ ସ୍ଵାମୀ, ଜଗତ ଜୀବନ ସଦାଚାରେ ବ୍ରତୀ ହୋଇ, ସୁଖେ କାଟେ ଦିନ। ସଦା ସତ୍ୟ ଲୟକରି ଯାଉ ମୋ ଜୀବନ ସତ୍ୟ ପଥ ଅନୁସରି।୨। ଦୂରିତ ନାଶନ ଦୟାମୟ ଦୀନବନ୍ଧୁ ଦିବ୍ୟ ଗୁଣେ ବିଭୂଷଣ,କର କୃପାସିନ୍ଧୁ ଦୀନ ଅରକ୍ଷିତ ଜନ ଦୟାଭାବ ବଳୁମନେ,ଜଗତ ଜୀବନ।୩। ଦୁଃଖୀ ରଙ୍କି ଦରିଦ୍ର, ସେବାରେ ଯାଉ ଦିନ ସାର୍ଥକ କର ଜୀବନ,ଦେହ ମନ ପ୍ରାଣ ସଦା ସମଭାବ ବହି ବିଚରଣ କରେ ସଦା,ଆହେ ଭାବଗ୍ରାହୀ।୪। ପରଂବ୍ରହ୍ମ ପରାତ୍ପର ପରମ ଈଶ୍ଵର ପରମାନନ୍ଦ ଆନନ୍ଦ, ହେ ପରମେଶ୍ବର। ପଦ୍ମପାଦେ ଦିଅ ସ୍ଥାନ ପତିତ ଜନ ତାରଣ,ପତିତପାବନ।୫। ଭକ୍ତବନ୍ଧୁ ଭାବଗ୍ରାହୀ,ଭକତ ବତ୍ସଳ ଭକତ ହୃଦ ଚନ୍ଦନ ଆହେ ଆଦିମୂଳ। ଭାବେ ବନ୍ଧା ଭଗବାନ ଭାବଭୋଳେ ଭାଳେ ଭକ୍ତ,ଭକତରଞ୍ଜନ।୬। ସଚ୍ଚିଦାନନ୍ଦ ଆନନ୍ଦ ସତ୍ୟ ସନାତନ ସତ୍ୟ ଶିବ ସୁନ୍ଦର ହେ, ସତ୍ୟର ଭୂଷଣ ସଦା ଝରୁ ସତ୍ୟ ଗିର ସଦା ଆଶ୍ରା କରେ ଘନଶ୍ୟାମ ଶ୍ରୀପୟର।୭। କବିତା ଦିବସ କବି କୁସୁମ ଗୌରବ ଘନଶ୍ୟାମ ଜେନା। କଳ୍ପନା ରାଇଜ ପାରିଜାତ ତୁମେ,ମନ ରାଇଜର ଫୁଲ ଭାବନା ଭବନୁ ଭାସି ଆସି ତୁମେ, କଲମ ମୂନରେ ମିଳ।୧। ତୋଳିଦିଅ କେବେ କାବ୍ୟ ମହାକାବ୍ୟ,କବିତାର ଅଟ୍ଟାଳିକା ଭାବନା ରାଇଜୁ ଚାଲିଆସି ଦିଅ,କଲମ ମୂନରେ ଦେଖା।୨। କେତେବେଳେ ତୁମେ ଛନ୍ଦୋବଦ୍ଧ ହୋଇ,ଗୀତିକବିତା ରୂପରେ କେତେବେଳେ ରାଗ ରାଗିଣୀ ଆକାରେ,ଧରାଦିଅ ସାତସୁରେ।୩। କାଳଜୟୀ କାବ୍ୟ କବିତା ସମ୍ଭାର,ଓଡ଼ିଆଙ୍କୁ ଦେବା ଭେଟି ସଂକଳ୍ପ କରିବା ଆଜିର ଦିନରେ,ନାନା କାବ୍ୟମାନ ରଚି।୪। ସହଜ ସରଳ ସୌମ୍ୟ ସୁମଞ୍ଜୁଳ,କୋମଳ ଭାବ ପ୍ରକାଶି ବେଳେବେଳେ ତୁମେ ବଳିପଡ଼ ଯେହ୍ନେ,ଯୋଦ୍ଧାର ଶାଣିତ ଅସି।୫। ମହାଦେଈପୁର,ଗୁରାଣ୍ଡି, ଗଜପତି।


Rate this content
Log in

Similar oriya poem from Inspirational