STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

ମାଟି ର ବାସ୍ନା

ମାଟି ର ବାସ୍ନା

1 min
190


ଭିଜା ମାଟିର ବାସ୍ନାର ସେ ମୋହ

ଏବେ ବି ଅଛି ଠିକ୍ ଆଗ ଭଳି

ଯୋଜନ ଦୂରରୁ ତାର ସେ ଗନ୍ଧ

ଆଜି ବାରିବା ଯାହା ଦିବା ସ୍ବପ୍ନ ପରି।

ଆଧୁନିକତାର ଗନ୍ଧରେ ପୁରାତନର

ଅସ୍ଥିତ୍ଵ ଯାହା କର୍ପୁର ଉଡିଯାଇଛି

ଆଉ କନା ପଡ଼ିରହିଛି ସହ ସମାନ,

ହେଲେ ଏବେବି ଝୁରିହେଉଛି

ମୁଁ ସେ ଅତୀତ ର ଦିନ।

ବିରହୀ ପ୍ରେମିକା ଯେମିତି ତାର

ପ୍ରେମିକକୁ ଝୁରେ

ମାତୃତ୍ଵ ଯେମିତି ସନ୍ତାନ ପ୍ରାପ୍ତିର

ଆଶାରେ ବିଳାପ କରେ,

ଏ ମନ ଠିକ୍ ସେପରି ଅତୀତର

ପୃଷ୍ଠା ସବୁକୁ ଉତ୍ସାହିତ ଖୋଲିବାର ଆଶାରେ।

ଏ ଫଗୁଣ ଫେରିଗଲା ପରେ

ମନେ କିନ୍ତୁ ଛାଡିଯାଇଛି ଯାହା ସ୍ମୃତି ଧାରେ

ଫଗୁ ଭିଜା ରାତିକୁ ଏ ମନ ଝୁରି ମରେ

ଅତୀତର ରୋମନ୍ଥନ ଭାରି ଭଲ ଲାଗେ।

ଆଧୁନିକତାର ସ୍ପର୍ଶ ଆଉ ମୋହ

ଯେ ମୋହରା କରିବାରେ ଖୁବ୍ ଦକ୍ଷ

ଏ କଥା ଏ ମନ କଣ ଆଗରୁ ଜାଣିଥିଲା?

ନହେଲେ ତ ପୁରାତନ ପୃଷ୍ଠାକୁ ଜାବୁଡି

ସେ ଅତୀତ ହେବାକୁ ଆଦୌ ଦେଇନଥାନ୍ତା।

ଭିଜା ମାଟିର ବାସ୍ନାର ସେ ମୋହ

ଏବେ ବି ଅଛି ଠିକ୍ ଆଗ ଭଳି

ଯୋଜନ ଦୂରରୁ ତାର ସେ ଗନ୍ଧ

ଆଜି ବାରିବା ଯାହା ଦିବା ସ୍ବପ୍ନ ପରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational