STORYMIRROR

KARUNAKAR GHANTUAL

Inspirational

3  

KARUNAKAR GHANTUAL

Inspirational

ଆଧୁନିକତା

ଆଧୁନିକତା

1 min
163


ଆଧୁନିକ ଛାପ ପରିଧାନେ

ପାଶୋରି ଦିଏ ମାନବ ନିତୀ କର୍ମମାନ

ଡିଜିଟାଲ ଯୁଗେ ଆଜି ମାୟା ଯାନ ଚଢି

ନିଶାଗ୍ରସ୍ତ ସମ ମତି କୁତ୍ସିତ କରମ    ।।

ମୋବାଇଲି ସଙ୍ଗେ ଖେଳ ଖେଳି 

ଯେତିକି ଶିଖୁଛି ପୁଣି ସେତିକି ଝୁଣ୍ଟୁଛି

ଯେତେବେଳେ ପଚାରିଲେ ନିଅଣ୍ଟ ସମୟ

ପିତା ,ମାତା ଆର୍ତ୍ତସ୍ୱର ନ ଶୁଭେ କର୍ଣ୍ଣକୁ ।।

ପାଠ ପଢ଼ା ଛାତ୍ର ଛାତ୍ରୀ ଭୁଲିଯାନ୍ତି ପାଠ

ରୁଟିନି ଖାତାକୁ ଆଉ ଯାଉନି ନଜର 

କୃଷକର ଚାଷବାଡ଼ି ପଡୁନାହିଁ ମନେ

ଚାକିରୀଆ ଭୁଲିଯାଏ ଅଫିସି ସମୟ   ।।

ଗୀତା ଭାଗବତ ଆଉ ରାମାୟଣ ପୋଥି

ଆଧୁନିକ ଛାପେ ଦେଖି ଯାଉଛନ୍ତି ଲୁଚି 

ହାଇରେ ବିଜ୍ଞାନ ତୁହି କି କରମ କଲୁ

ସବଳ ମଣିଷ ଆଜି ପାଳଟିଲେ ପଙ୍ଗୁ   ।।

ଭାରତୀୟ ଧର୍ମ,କର୍ମ ପଛରେ ପକାଇ

ପାଶ୍ଚାତ୍ୟ ଆଧୁନିକତା ପଛରେ ଧାଇଁଲେ 

ସବୁ ଜାଣି ଶୁଣି ଆଜି ଦେବତୁଲ୍ୟ ନର

ଆସୁରିକ କର୍ମେ ମାତି ଅସୁର ବନିଲେ   ।।

ନିଜ ଜନ୍ମ ଭୂମି ଛାଡି ବିଦେଶ ଗମନେ

ନିଜକୁ ନ ଚିହ୍ନି ଯିଏ ଅପରେ ଚିହ୍ନାଏ

ଧନ୍ୟ ସେ ମାନବ ଜାତି ଆଧୁନିକ ଛାପ

କୋଟି ଦଣ୍ଡବତ ତାର ନବରଂଗୀ ରୂପ     ।।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational