ଦାଦନ
ଦାଦନ
ବିବେକ ଆଜି ଯାଇଛି ହଜି
ଭୋକିଲା ପେଟ ପାଇଁ
ଶତ ଗଞ୍ଜଣା ନିରିଯାତନା
ତିଳେ ଖାତର ନାହିଁ
ଜନନୀ, ଜନମମାଟିକୁ ଛାଡି
ଗରଭଧାରୀ ବୁଢ଼ୀ ମାଆଟା କାନ୍ଦୁଛି ମୁହଁ ମୋଡି ।
କରୋନା ପ୍ରତି ନାହିଁ ତା ଭୀତି
ଜୀବନେ ବାଜି ଦେଇ
ବୀର ଦର୍ପରେ ଆଗେଇ ଚାଲେ
ମୁଖରେ ମାକ୍ସ ନାଇ
ନବୀନ, ଶିଶୁର କାନ୍ଦ ଲହରୀ
ବିବେକ ତାର କରେ ଅସ୍ଥିର ଯିବ କି ଘରେ ଫେରି ।
ପୋଲି
ସ ଭାଇ ସବୁ ଦେଖଇ
ପାରେନା କିଛି କହି
କହିବା ପାଇଁ ପାଖକୁ ଯାଇ
ମୁଖ ତା ଫିଟୁ ନାହିଁ
ହାଇରେ, ଏକି ଥିଲୁ ବିହି ଲିହି
କେତେ ଯେ ଆଶା କେତେ ଭରସା ସମୟ ଦେବ କହି ।
ବିଗତ କଥା ଭାବିଲେ ମଥା
ଆପେ ଆପେ ଘୁରିଯାଏ
ଗୋଟି ପୁଅଟା ପଥ ଲେଉଟା
ସବ ଦେଖିଲେଟି ମାଏ
ବିଧାତା, ତାର କମାଣି କିଏ ଖାଏ ?
ଧନ, ଜୀବନ ସବୁ ନିଶ୍ଚିହ୍ନ କାନ୍ଦଣା ସ୍ୱର ବାଏ ।