STORYMIRROR

KARUNAKAR GHANTUAL

Children Stories

3  

KARUNAKAR GHANTUAL

Children Stories

ଜଳବନ୍ଦୀ

ଜଳବନ୍ଦୀ

1 min
199

ଜଳ ବନ୍ଧୀ ହୋଇ     ରହିଛି ଗୋସାଇଁ

      ଯିବା ପାଇଁ ବାଟ ନାହିଁ

ଦେହେ ଖଣ୍ଡେ କନା   ଆବରଣ ବିନା 

     ଆଉ କିଛି ପାଖେ ନାହିଁ ।


ଦିନ ଦିନ ହେଲା     ଓପାସ ଝମେଳା

     ପେଟ ବିକଲେ ରଡ଼ଇ

ଦୂଷିତ ଜଳକୁ      ପାନ କରିବାକୁ

     ମନରେ ସାହସ ନାଇଁ ।


ସମୁଦ୍ର ପରାଏ      ଜଳ ମଗ୍ନ ଥାଏ

     କିମିିିତି ହୋଇବି ପାରିି

ତୁମ ନାମ ଏକା     ହେବ ମୋ ନଉକା

      ଡାକୁଛି ରଖ ମୁରାରୀ।


ମୋ ଚାରି ପାରୁଶେ   ବିଷଧର ବିିଶେ

        ମାରୁଛନ୍ତି ପଏନ୍ତରା

ଦଳ ଦଳ ମାଛ      କୁମ୍ଭୀର କିିଇଁଛ

       ମତ କଲେେଣି ଘାବରା ।


ଅତି ବିକଳରେ      ଡ଼ାକୁଛି ଠାକୁରେ

      ଦୀନ ଜନ ରକ୍ଷା କର

ତୁମେ ନ ରଖିଲେ    ଏଇଜଳ ଘେରେ

     ପରାଣ ଯିବି ମୋହର ।


Rate this content
Log in