ଜଳବନ୍ଦୀ
ଜଳବନ୍ଦୀ
1 min
204
ଜଳ ବନ୍ଧୀ ହୋଇ ରହିଛି ଗୋସାଇଁ
ଯିବା ପାଇଁ ବାଟ ନାହିଁ
ଦେହେ ଖଣ୍ଡେ କନା ଆବରଣ ବିନା
ଆଉ କିଛି ପାଖେ ନାହିଁ ।
ଦିନ ଦିନ ହେଲା ଓପାସ ଝମେଳା
ପେଟ ବିକଲେ ରଡ଼ଇ
ଦୂଷିତ ଜଳକୁ ପାନ କରିବାକୁ
ମନରେ ସାହସ ନାଇଁ ।
ସମୁଦ୍ର ପରାଏ ଜଳ ମଗ୍ନ ଥାଏ
କିମିିିତି ହୋଇବି ପାରିି
ତୁମ ନାମ ଏକା ହେବ ମୋ ନଉକା
ଡାକୁଛି ରଖ ମୁରାରୀ।
ମୋ ଚାରି ପାରୁଶେ ବିଷଧର ବିିଶେ
ମାରୁଛନ୍ତି ପଏନ୍ତରା
ଦଳ ଦଳ ମାଛ କୁମ୍ଭୀର କିିଇଁଛ
ମତ କଲେେଣି ଘାବରା ।
ଅତି ବିକଳରେ ଡ଼ାକୁଛି ଠାକୁରେ
ଦୀନ ଜନ ରକ୍ଷା କର
ତୁମେ ନ ରଖିଲେ ଏଇଜଳ ଘେରେ
ପରାଣ ଯିବି ମୋହର ।
