STORYMIRROR

KARUNAKAR GHANTUAL

Inspirational

3  

KARUNAKAR GHANTUAL

Inspirational

ଗୁରୁ ଦେବାୟ ନମଃ

ଗୁରୁ ଦେବାୟ ନମଃ

1 min
313

ଗୁରୁବ୍ରହ୍ମା , ଗୁରୁବିଷ୍ଣୁ , ଗୁରୁଦେବ , ମହେଶ୍ଵର

ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ


ଦୁନିଆଁ ଭିତରେ      ଜନମ ଲଭିଲେ

       ଅନ୍ଧାର ଆଲୋକ ପାଇଁ

ସର୍ବ ପ୍ରାଣୀ ପାଇଁ    ଗୁରୁଲୋଡା ହୋଇ

       ଦେହ ମନ ହିତ ନେଇ   ll

ହାତ ଧରି ଯିଏ       ଚାଲିବା ଶିଖାଏ

      ସେଇ ମା' ପ୍ରଥମ ଗୁରୁ

ଦିତୀୟରେ ପିତା      ତହୁଁ ଶିକ୍ଷା ଦାତା

     ଉଦ୍ଧବ କେତେ ପଚାରୁ ?  ll

ଗୁରୁ ଅଜ୍ଞାନରୁ        ଆଣନ୍ତି ଅନ୍ଧାରୁ

     ଆଲୋକେ ଛାଡନ୍ତି ନେଇ

ତାଙ୍କ ନୀତି କାନ୍ତି      ମନାଇଲେ ମତି

     ପ୍ରାଣୀ ଆଗକୁ ବଢାଇ     ll

ଗୁରୁ ବୋଲ ମାନି     ସେଦିନ ଆରୁଣୀ

     ମାଟି ହୁଡା ବନି ଗଲେ

ଶତ ଶିଷ୍ୟ ମେଳେ     ପ୍ରଥମ ହୋଇଲେ

       .ଗୁରୁଙ୍କ ଆଶିଷ ବଳେ    ll

ପୁରାଣ ଯୁଗରେ      ଶ୍ରବଣ କୁମାରେ

      ଶର ମାରି ଦଶରଥ

ପିତୃ ଭକ୍ତି ବଳେ      ବୈକୁଣ୍ଠ ଲଭିଲେ

       ନିରୀହ ସେ ମୁନି ସୁତ    ll

ଗୁରୁ ବିନା କେହି      ପଦେ ବଢି ନାହିଁ

       ଗୁରୁ ଆଲୋକ ବର୍ତ୍ତିକା

ସାରା ପୃଥିବୀରେ    ଯା ଗୁରୁ ପୂଜିଲେ

       ମାତୃ ବିନା ସର୍ବ ଫିକା    ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational