ଦୁର୍ଘଟଣା
ଦୁର୍ଘଟଣା


କେଡେ ମୂଲ୍ୟବାନ ଦୁର୍ଲଭ ଜୀବନ
ବୁଝି ପାରିଲାନି ନର
କୁସଙ୍ଗରେ ମାତି ଆଚରେ ଅନିତୀ
ସୁରା ସାକିରେ ବିଭୋର
କ୍ଷଣିକ , ସୁଖରେ ବିଭୋର ହୋଇ
ବିଭୁଦତ୍ତ ପ୍ରାଣ କରେ ଅକାରଣ ଦୁର୍ଘଟଣା ଗ୍ରସ୍ତ ହୋଇ ।
ରାସ୍ତାର ନିୟମ ଜାଣିବି ଅଧମ
ନିଶାରେ ହୋଇ ବିଭୋର
ଦୃତ ଗାମୀ ଯାନ କରିଣ ବାହନ
ଭୁଲେ ନିତୀ ଚାଳକର
ନିଯେତ , ମରି ମାରେ ଅପରକୁ
ଧନ ଓ ଜୀବନ ହୁଏ ଅକାରଣ ନାତମାରେ ସମାଜକୁ ।
ଆଖିଥାଉ ଥାଉ ଅନ୍ଧ ସାଜେ ଯେହୁ
ସେତ ସମାଜେ କଳଙ୍କ
ନିତୀ ନିୟମକୁ ପକାଇ ପଛକୁ
ସାଜେ ବାନର ଡ଼ାହୁକ
ସମାଜେ , ବିଦ୍ରୋହି ର ଆଖ୍ୟାପାଏ
ସୁଖ,ଶାନ୍ତି ଛାଡି ଦୁଃଖ ବୋଝ ଭିଡି ନିନ୍ଦା ଅପବାଦ ନିଏ ।
ପ୍ରତ୍ୟକ କର୍ମରେ ସ୍ଥିର ମସ୍ତିଷ୍କରେ
ଭାବିଚିନ୍ତି କର୍ମ କଲେ
ଆପଦ ବିପଦ ନ କରଇ ଭେଦ
ସୁଖ , ଶାନ୍ତି ପ୍ରଣେ ମିଳେ
ମାନବ , ବେଳୁ ସାବଧାନ ହୁଅ
ନିଜର ମଙ୍ଗଳ ଦେଶର ମଙ୍ଗଳ ନିଶାରୁ ଦୁରେଇ ରୁହ ।