ଅରୁନ୍ଧତୀ ଜେନା

Inspirational Others

3  

ଅରୁନ୍ଧତୀ ଜେନା

Inspirational Others

ସଂଘର୍ଷ

ସଂଘର୍ଷ

1 min
252


  

            

     ଏ ଜୀବନ ର ସଂଘର୍ଷ ଅନେକ କଥା ମୋତେ ଶିଖେଇଛି

      ଏଇ ଛାତି କେତେ ରାତି ଯନ୍ତ୍ରଣା ର କୋହରେ ଜଳିଛି।

      ପଥର ବୁକୁରେ ତତଲା ରକ୍ତ ର ତାତି ମୁଁ ଏକେଲା ସହିଛି

       ସବୁ ସହି ସହି ମୁଁ ଆଜି ନିଜେ ପଥର ପାଲଟି ଯାଇଛି।

    

     ସଂଘର୍ଷ ର କଷାଘାତରେ ଯେତେବେଳେ ବନ୍ଦୀ ପଡିଥିଲି

    ମନ ର ଅନେକ ଖୋଜିବା ପରେ ବି ମୁଁ କାହାକୁ ନ ପାଇଲି।

    ହେଲେ ଯେତେବେଳେ ଆଜି ମୁଁ ସଂଘର୍ଷ ରେ ବିଜୟ ପାଇଛି

     ଅଦିନିଆ ବନ୍ଧୁମାନଙ୍କ ର ପ୍ରବେଶ ମୋ ଜୀବନେ ହେଇଛି। 

     କେଉଁଠି ଥିଲେ ସେମାନେ ମୁଁ ଯେବେ ତାଙ୍କୁ ଖୋଜୁଥିଲି

       ଆଜି ଅଚାନକ ପ୍ରବେଶ କେବଳ ସ୍ୱାର୍ଥ ପାଇଁ ଖାଲି।

      ସ୍ୱାର୍ଥନ୍ୱେଷୀ ମଣିଷ ମାନଙ୍କ ର ସେ ଗୋଡ ଟଣା ନୀତି

      ଅଣନିଶ୍ୱାସୀ ହେଇ ମୁଁ ଧାଉଁଥିଲି ଗାଇ ଜୀବନ ର ଗୀତି।

        ଜୀବନ ଗୀତି ର ସୁର, ଲୟ, ତାଳ କିଛି ଠିକ୍ ତ ନଥିଲା

    ହେଲେ ବି ସେ ବେସୁରା ଗୀତି ର ମଜା ଥିଲା ଯେ ନିଆରା।

    ମନ କିନ୍ତୁ ଥିଲା ସ୍ଥିର କେବଳ ବଞ୍ଚିବାର ଅପୂର୍ବ ଆଶା ରେ

    ପାଦ ସିନା ଥକୁଥିଲା ହେଲେ ମସ୍ତିଷ୍କ ଥିଲା ସବୁର ଉପରେ।

   ଜୀବନ ରେ ସଂଘର୍ଷ ର ସେ ସ୍ୱାଦ ଆଜି ମୁଁ ଅବଶ୍ଯ ପାଇଛି

    ଆଉ ଜୀବନ ଜିଇଁବାର ନିଶା ମୋର ଭିନ୍ନ ହେଇଯାଇଛି।

     ଆଜି ପଇସା ଦିଏ ନାହିଁ ସେତେ ଶାନ୍ତି ମୋରି ମନରେ

    ଯେତେ ଶାନ୍ତି ମିଳେ ମୋତେ ମୋ ହାତ ର ଲେଖାରେ।

   


Rate this content
Log in

Similar oriya poem from Inspirational