ସିନ୍ଦୂର ର ପ୍ରତିଶୋଧ ଘନଶ୍ୟାମ ଜେନା
ସିନ୍ଦୂର ର ପ୍ରତିଶୋଧ ଘନଶ୍ୟାମ ଜେନା
ସିନ୍ଦୂର ର ପ୍ରତିଶୋଧ କବି କୁସୁମ ଗୌରବ ଘନଶ୍ୟାମ ଜେନା ପହଲଗାମରେ ହିନ୍ଦୁ ରମଣୀଙ୍କ ପୋଛି ସିନ୍ଦୂର ମଥାର ସେହି ଆତଙ୍କିଙ୍କ ନିପାତ ନିମନ୍ତେ "ଅପରେସନ ସିନ୍ଦୂର"।୧। ଧରମ ପଚାରି ପୁରୁଷ ମାନଙ୍କୁ କାପୁରଷେ ବାଛି ବାଛି ହିନ୍ଦୁ ରମଣୀର ମଥାର ସିନ୍ଦୂର ଅବିଳମ୍ବେ ଦେଲେ ପୋଛି।୨। ପ୍ରତି ବଦଳରେ ବ୍ରହ୍ମୋସ୍ ଆମର ରଚିଲା ତାଣ୍ଡବ ଲୀଳା ଆମରି ସୁଦକ୍ଷ ବୀର ଯୋଦ୍ଧାଗଣ ରଚାଇଲେ ଧ୍ଵଂସ ଲୀଳା।୩। ହିନ୍ଦୁ ସିମନ୍ତିନୀ ସିନ୍ଦୂରର ମୂଲ୍ୟ ଅଙ୍ଗେ ନିଭେଇଲେ କ୍ରୁରେ ଏ ବର୍ବରୋଚିତ ନାରକୀୟ କାଣ୍ଡର ଉଚିତ ଶିକ୍ଷା ପାଇଲେ।୪। ବଙ୍କରେ ଲୁଚିଲେ ଆସୀମ ମୁନିର ପାକିସ୍ତାନ ସେନା ମୁଖ୍ୟ ଭୟଭୀତ ହୋଇ ବିବରେ ପଶିଲେ କୁଚକ୍ରୀ ନେତା,ସୈନିକ।୫। ସୌର୍ଯ୍ୟ,ବୀର୍ଯ୍ୟ,ତେଜ ବଳେ ବଳୀୟାନ ଆମରି ବୀର ଜଵାନ ଅତି ଆଧୁନିକ ରଣ କୌଶଳରେ ଶତ୍ରୁ ଦର୍ପ କଲେ ଚୂର୍ଣ୍ଣ।୬। ଶାନ୍ତ ଭାରତର ପ୍ରଚଣ୍ଡ ପ୍ରହାରେ ଥରହର ପାକିସ୍ଥାନ ଖଣ୍ଡବିଖଣ୍ଡିତ ହେବ ଧୂଳିସାତ ଜାଣି ପଶିଲା ଶରଣ।୭। ମହାଦେଈପୁର,ପାରଳାଖେମୁଣ୍ଡି,ଗଜପତି।
