STORYMIRROR

Shubhra Suchitra Mahanta

Inspirational

3  

Shubhra Suchitra Mahanta

Inspirational

ସଫଳତା

ସଫଳତା

1 min
211

ସଫଳତା ମିଳେ ନାହିଁ ବସି ଶୋଇ ଶୋଇ

ସଫଳ ହେବାକୁ ହେଲେ ଉଠ ଆହେ ଭାଇ....


ଲକ୍ଷ୍ୟ ସ୍ଥିର କରି ସେହି ଦିଗେ ଚାଲି ଯାଅ

ବାଧା ଆସୁ ବିଘ୍ନ ଆସୁ ପଥରେ ଆଗାଅ.....


ଭୁଲ କାମେ ମନ ଦେଇ ଦୁଷ୍ଟ ହୁଅ ନାହିଁ

ସମୟ ଥରେ ଚାଲିଗଲେ ପାଇବ କାହିଁ....


ପାଠ ପଢି କର୍ମଠ ହୋଇ ହେବ ସଫଳ

ଭାବିବନି ସମାଜରେ ନିଜକୁ ଦୁର୍ବଳ..... 


ରୋଜଗାର ଥିଲେ ହାତେ ପାଇବ ସମ୍ମାନ 

ମନେ ଦୟା ଭାବ ରଖି ହେବ ଧନବାନ.... 


ସ୍ୱାର୍ଥପର ଦୁନିଆରେ ପଇସା ହିଁ ସବୁ 

ପଇସା ନଥିଲେ ପର, ପରିଜନ ବନ୍ଧୁ.... 


ସଫଳତା ପାଇଲେ ଲଭିବ ଯଶ କିର୍ତ୍ତୀ 

ଆଶିଷ ମିଳିବ ସଭିଙ୍କ ଠୁଁ କୋଟି କୋଟି..... 


ମଲା ପରେ ମଧ୍ୟ ନାମ ଅମର ରହିବ 

କାଳ କାଳ ତୁମକୁ ଦେଶ ସୁମରିବ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational