ସଫଳତା
ସଫଳତା


ମହତ ଉଦ୍ଦେଶ୍ୟ
ଉଚ୍ଚ ଅଭିଳାଷ
ଜୀବନକୁ କରେ ଧନ୍ୟ
ନିଜ ଲକ୍ଷ୍ୟ ପଥେ
ଅଗ୍ରସର ବେଳେ
ଚିନ୍ତିବନି କିଛି ଅନ୍ୟ ।
ଯେତେ ବାଧାବିଘ୍ନ
ଆସିଲେ ଜୀବନେ
ଅତିକ୍ରମି ଯିବ ଚାଲି
ଅନ୍ୟାୟ, ଅନୀତି
ଅଧର୍ମ ଭୁଲିବ
ସତ୍ୟେ ଧର୍ମେ ଥିବ ଖାଲି ।
ନିଜ ପ୍ରତିଜ୍ଞାରେ
ଅଟଳ ରହିଲେ
ଛୁଇଁବନି ବିଫଳତା
ଏକାଗ୍ରତା ଚିତ୍ତ
କର୍ମରେ ନିର୍ଲିପ୍ତ
ପାଇଥାଏ ସଫଳତା ।