Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

3  

Kanduri Charan Rout

Children

ତାଙ୍କ ପରି କେ ନାହିଁ

ତାଙ୍କ ପରି କେ ନାହିଁ

1 min
211



ଅହିଂସା ନୀତି ଯା' ଚିର ସାଥୀ

ହାତରେ ଯା'ର ବାଡ଼ି

ଧରନ୍ତି ଗୀତା ଜାତିର ପିତା

ଅଣ୍ଟାରେ ଝୁଲେ ଘଡ଼ି ।

ଶାନ୍ତ ସରଳ ହୃଦ କୋମଳ

ଅଟନ୍ତି ଦୃଢ଼ମନା

କରନ୍ତି କାମ ଅତି ଉତ୍ତମ

ଦେଶର ପାଇଁ ସିନା ।

ତାଙ୍କରି ଡାକେ ଜାଗିଲେ ଲୋକେ

ଦେଶପ୍ରେମକୁ ଭରି

ସତ୍ୟର ପଥେ ଗଲେ ସମସ୍ତେ

ଅହିଂସା ଅସ୍ତ୍ର ଧରି ।

ଫିରିଙ୍ଗି ବଳ ହେଲା ଦୁର୍ବଳ

ଦେଖି ଭାରତ ଶକ୍ତି

ଭାରତ ଛାଡ଼ି ଗଲେ ସେ ଉଡ଼ି

ପାଇଲୁ ଆମେ ମୁକ୍ତି ।

ଜନମ ଦିନେ ପକାଉ ମନେ

ତାଙ୍କ ପରି କେ ନାହିଁ 

ନିଜ କାମକୁ ନିଜେ କରିବା

ଯାଇଛନ୍ତି ସେ କହି ।

    


Rate this content
Log in

Similar oriya poem from Children