Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

3  

Kanduri Charan Rout

Children

ଭଉଣୀ ଥିଲେ ସିନା

ଭଉଣୀ ଥିଲେ ସିନା

1 min
255



ରାକ୍ଷୀ ପୁନେଇ ଆସିଛି ଆଜି

   ହସ ପସରା ଧରି

ମନକୁ ମାରି ବସିଛି ମୁନୁ

   ସବୁ ବରଷ ପରି ।


ଖେଳାଖେଳି କି ପଢାପଢିରେ

   ଲାଗୁନି ତା'ର ମନ

ନେଇଛି କିଏ ଛଡ଼େଇ ସତେ

   ଶାନ୍ତି,ସନ୍ତୋଷ ଧନ ।


କେତେ ରକମ ରାକ୍ଷୀ ବାନ୍ଧିକି

   ତା' ସାଙ୍ଗସାଥୀ ଛୁଆ

ହସଖୁସିରେ ମାରନ୍ତି ଡିଆଁ

   ପିନ୍ଧି ପୋଷାକ ନୂଆ ।


ସେଇଥିପାଇଁ ମନରେ ତା'ର

   ସରାଗ ଟିକେ ନାହିଁ

ଘର କଣରେ ଝରାଏ ଲୁହ

  ରାକ୍ଷୀଟିଏକୁ ଚାହିଁ ।


ହାତଟି ତା'ର ମେଲା ପଡ଼ିଛି

  ରାକ୍ଷୀ ଗୋଟିଏ ବିନା

ହସିହସିକି ବାନ୍ଧି ଥାଆନ୍ତା

  ଭଉଣୀ ଥିଲେ ସିନା..!

     


Rate this content
Log in

Similar oriya poem from Children