ଯୌଥ ପରିବାର
ଯୌଥ ପରିବାର
ଯୌଥ ପରିବାର ପାଦପ ଗୋଟିଏ
ଜେଜେବାପା ତାର ମୂଳ ,
ବାପା ,ବଡବାପା ,କାକା ଆଦି ସବୁ
ଅଟନ୍ତି ସେ ବୃକ୍ଷ ଡାଳ ।
ଜେଜେମା, ବୋଉ, ବଡ଼ବୋଉ, ଖୁଡ଼ୀ
ଗୋଟିଏ ଗୋଟିଏ ଫୁଲ,
ଆମେସବୁ ଯେତେ ଭାଇ ଭଉଣୀ
ସେ ବୃକ୍ଷ ସୁମିଷ୍ଟ ଫଳ ।
ଆମ ଘର ଏକ ଦେବାଳୟ
ସେ ମନ୍ଦିରେ ବୁହେ ସ୍ନେହ ଚଇତାଳି
ଦିବା ନିଶି ଅହରହ ।
କେତେ ପୁରୁଷରୁ ଚଳି ଆସୁଅଛି
ଗୋଟିଏ କଠୋର ନୀତି,
ବୟୋଜ୍ୟେଷ୍ଠ ବ୍ୟକ୍ତି ଏ ପରିବାର ର
ଅଟନ୍ତି ବିଚାରପତି ।
ତାଙ୍କରି ହସ୍ତରେ ରହିଥାଏ ସଦା
ଘର ଚଳଣି ଖସଡ଼ା,
ଆବଶ୍ୟକ ସ୍ଥଳେ ଉଠାଇ ପାରିବେ
ସିଏ ଶାସନ କରଡା ।
ତାଙ୍କ ପାଖେ ନାହିଁ ବୟସକୁ ନେଇ
ପାତର ଅନ୍ତର ନୀତି,
ଶାସନ ଖସଡ଼ା ଯେମିତି କହିବ
ତାଙ୍କ ବିଚାର ସେମିତି ।
ବୟସ ଅଧିକ ନାରୀ
ପାଶେ ଥିବ ତାଙ୍କ ଗନ୍ତାଘର ଚାବି
ସିଏ ପରିବାର ଶୀରି ।
ଏକାର୍ଣ୍ଣବର୍ତ୍ତୀ ପରିବାର ଆମ
ଏକାଠି ହୁଏ ରନ୍ଧନ,
ଏକ ଠାବେ ବସି ସମସ୍ତେ ଭୂଜନ୍ତି
ଆନନ୍ଦେ ଅନ୍ନ ବ୍ୟଞ୍ଜନ ।
ରୋଜଗାରକ୍ଷମ ପୁରୁଷ ସଦସ୍ୟ
ଆଣି ତାଙ୍କ ଉପାର୍ଜନ,
ଜେଜେବାପାଙ୍କର ହସ୍ତେ ତୋଳି ଦ୍ୟନ୍ତି
ପରିବାରର ପ୍ରତିପୋଷଣ ।
ସର୍ବ ସିମନ୍ତିନୀଗଣ
ଜେଜେମାଙ୍କର ନିର୍ଦ୍ଦେଶାନୁକ୍ରମେ
ହୁଏ ଶ୍ରୀବୁଦ୍ଧି ସାଧନ ।
କେତେ କେତେ ପର୍ବ, କେତେ ଭୋଜି ଭାତ
କେତେ କେତେ ଜନ୍ମଦିନ,
ଆନନ୍ଦ ମନରେ ସର୍ବ ସହଯୋଗେ
ବିଧିରେ ହୁଏ ପାଳନ ।
ଜଣଙ୍କର ସୁଖ ,ସୁଖ ଢାଳିଦିଏ
ସମସ୍ତଙ୍କ ଅଣ୍ଟାରେ,
ଜଣେ ଦୁଃଖୀ ହେଲେ ମିଳିତ ଉଦ୍ୟମେ
ଦୁଃଖ ତାଙ୍କ ଅପସରେ ।
ସବୁ ସଦସ୍ୟଙ୍କ ତ୍ୟାଗ
ପରିପୁଷ୍ଟ ଆମ ଯୌଥ ପରିବାର
ଚାଲିଛି ଉନ୍ନତି ମାର୍ଗେ ।
"ଗଢି ଜାଣିଲେ ଘର ସୁନ୍ଦର"
ଏହି କଥାଟିର ଉଜ୍ଜ୍ବଳ ଦୃଷ୍ଟାନ୍ତ
ଆମ ଯୌଥ ପରିବାର,
ବୈକୁଣ୍ଠ ସମାନ ଅଟେ ଶାନ୍ତି ପୂର୍ଣ୍ଣ
ଆମ ରକ୍ଷାକାରୀ ଚକ୍ରଧର ।
