STORYMIRROR

Debadatta Jena

Inspirational

3  

Debadatta Jena

Inspirational

ଗୋମାତା

ଗୋମାତା

1 min
221

ଆତ୍ମ ମାତା, ଗୁରୁଃ ପତ୍ନୀ,

ବ୍ରାହ୍ମଣୀ, ରାଜ ପତ୍ନୀକା,

ଧେନୁଃ, ଧାତ୍ରୀ ତଥା ପୃଥ୍ଵୀ,

ସପୋୖତା ମାତରଃସ୍ମୃତଃ||

ଭୋ ଗୌ ମାତରଂ..!

ଇଦଂ ଅନ୍ନମ ସମର୍ପୟାମୀ,

କଲ୍ୟାଣମ କୁରୁଃ..!

କାମଧେନୁ ତୁମେ, ତୁମେ ସୁରଭି,

ତୁମେ କପିଳା, ତୁମେ ନନ୍ଦିନୀ,

ତୁମେ ହିଁ ମାତଃ ଶ୍ରଦ୍ଧା ସବୁରି,

ତୁମେ ଯେ କ୍ଷିତି,ଆପ, ତେଜ,

ମରୁତ ତ୍ୱମେବ,ତୁମେ ହିଁ ବ୍ୟୋମ

ଅଙ୍ଗ ସୌଷ୍ଠବ,ତ୍ୱମେବ ବଳ ବୀର୍ଯ୍ୟ,

ସଦା କୁଶଳ,ତୁମେ ହିଁ ଶକ୍ତି ସାମର୍ଥ୍ୟ,

ମାଟି ଶରୀରରେ ଅମୃତସ୍ୟ ପୁତ୍ର..!

କୋଟି ପୁଣ୍ୟର ଆୟୁଧ ତ୍ବମେବ

ଜଳ,ଅଗ୍ନି, ପୁଣି ବାୟୁ, ଆକାଶ,

ମୁଖେ ଷଢ଼ଙ୍ଗ,ପାଦ ଚତୁଃବେଦ,

ଶିଙ୍ଘରେ ସୃଷ୍ଟି ଓ ସଂହାର ହାରକ,

ଶଙ୍କର, କେଶବ,ଦିବ୍ୟ ଚେତନ,

ପାଳକ, ତାରକ,ସୃଷ୍ଟି ନିୟନ୍ତ୍ରକ..!

ଅଗ୍ର ଭାଗେ ଇନ୍ଦ୍ର,ମତିଷ୍କରେ ବ୍ରହ୍ମ,

ଲଲାଟ ପଟଳେ ସ୍ୱୟଂ ଵୃଷଧ୍ଵଜ,

କର୍ଣ୍ଣରେ ବିରାଜ ଅଶ୍ୱନୀ କୁମାର,

ନେତ୍ର ଦ୍ବୟରେ ବାସ ସୂର୍ଯ୍ୟ ଓ ଚନ୍ଦ୍ର,

ଦନ୍ତ ପନ୍ତିରେ ଗାରୁଢ଼ାରୁଢ଼, ଜିହ୍ୱାଗ୍ରେ

ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀ ମାତ,

ଅପାନ ତୀର୍ଥ, ମୂତ୍ର ପାବନୀ ଗଂଗା,

ଲୋମକୂପେ ତ୍ରେତୀଶ କୋଟି ଦେବା,

ଗୋବର ଲକ୍ଷ୍ମୀ,ହମ୍ମା ପ୍ରଜାପତି,

ଓଁ କାର ସୃଷ୍ଟିରେ ସ୍ଥିତି ଓ ଉତ୍ପତି..!

ପହ୍ନାରେ ଯାର ଅମୃତ ସମୁଦ୍ର ଚାରି,

ପ୍ରଥମ ଚୀର ସ୍ୱ ପୁତ୍ର ପାଇଁ, ଦ୍ଵିତୀୟ

ଆଗନ୍ତୁକ,ଯଜ୍ଞ ଉପବୀତ ଓ ମୁନିବ..!

ମାତଃ,ସ୍ୱୟଂ ନିତ୍ୟ ବୃନ୍ଦାବନ..!!

ସୁରୂପା ବହୁ ରୂପାଶ୍ଚ

ବିଶ୍ୱ ରୂପାଶ୍ଚ ମାତରଃ,

ଗାବୋ ମାମୁପତିଷ୍ଟାନ୍ତାମିତି

ନିତ୍ୟମଂପ୍ରକୀତ୍ୟାୟେତ||

ୟୟା ସର୍ବମିଦଂ ବ୍ୟାପ୍ତମଂ

ଜଗତ ସ୍ଥାବର ଜଙ୍ଗମଂ,

ତାଂ ଧେନୁ ଶିରାସାମ ବନ୍ଦେ

ଭୂତ ଭବିଷ୍ୟାମାତରଂ||

ପଞ୍ଚ ଗବ୍ୟ ସାର ତୁମେ ସାରାଂଶ,

ଗୋ ମୂତ୍ର, ଗୋବର, କ୍ଷୀର,

ଦହି ଓ ଘୃତ ପବିତ୍ର ଅଂଶ..!

ମାତା ରୁଦ୍ରାଣାଂ, ଦୁହିତା ବସୁନାମଂ,

ସ୍ୱ ସାଦିତ୍ୟାନାମାମୃତସ୍ୟ ନାଭିଃ ||

ମାତଃ, ଗୋ ବ୍ରହ୍ମ ନମୋ ନମଃ,

ଅହଂ କଲ୍ୟାଣମସ୍ତୂ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational