ଲଣ୍ଠଣ
ଲଣ୍ଠଣ


ମୁଁ ହସୁଛି
ଏବଂ ହସୁଛି
ମୋ ହସରେ ତୁମେ ହସୁଛ
ମୋ କାନ୍ଦରେ କିନ୍ତୁ
ତୁମେ କାନ୍ଦି ପାରନି
ଏଇଥି ପାଇଁ ଯେ!!
ଫର୍ଚ୍ଚା ଦେଖାଯାଏନା ଦୁଃଖ
କାଚର ଭିତରେ
ବହଳେ ଅନ୍ଧାର ,,
ଜୀବନର ନଟୁ ସୂତାରେ
ଯେତେକ ଗଣ୍ଠି
ଯେତିକି ଫିଟିବ
ସେତିକି ସରିବ ଆୟୁଷ
ତମାମ ଜୀବନ ବନ୍ଦୀ
ସେଇ ହସ ଲୁହରେ
ଥାଉ ଆଉ ପଢନି
ଲଣ୍ଠଣ ଆଲୋକରେ
ଯେତେ ପଢିବ
ସେତେ ତେଜିବାକୁ ହେବ
ହସ ଲୁହର ଚାବି
ବତୁରି ନ ଉଠୁ ତମ ହୃଦ
ହାତ ବଢାଅନି
ପୋଛି ଦେବାକୁ
ବହଳ ଅନ୍ଧାରକୁ
ଦେଖ ମୁଁ ଏବେବି ହସୁଚି
ମୋ ପରିଧି ଭିତରେ
ଶେଷ ଯାଏ
ଜଳିବାକୁ ଦିଅ
ଲଣ୍ଠଣର ଅସ୍ତିତ୍ଵରେ ,,,,,