STORYMIRROR

Swagatika Nayak Lucylipi

Inspirational

3  

Swagatika Nayak Lucylipi

Inspirational

ଲଣ୍ଠଣ

ଲଣ୍ଠଣ

1 min
236


ମୁଁ ହସୁଛି 

ଏବଂ ହସୁଛି 

ମୋ ହସରେ ତୁମେ ହସୁଛ

ମୋ କାନ୍ଦରେ କିନ୍ତୁ 

ତୁମେ କାନ୍ଦି ପାରନି 

ଏଇଥି ପାଇଁ ଯେ!! 

ଫର୍ଚ୍ଚା ଦେଖାଯାଏନା ଦୁଃଖ 

କାଚର ଭିତରେ 

ବହଳେ ଅନ୍ଧାର ,,

ଜୀବନର ନଟୁ ସୂତାରେ 

ଯେତେକ ଗଣ୍ଠି 

ଯେତିକି ଫିଟିବ 

ସେତିକି ସରିବ ଆୟୁଷ 

ତମାମ ଜୀବନ ବନ୍ଦୀ 

ସେଇ ହସ ଲୁହରେ 

ଥାଉ ଆଉ ପଢନି 

ଲଣ୍ଠଣ ଆଲୋକରେ 

ଯେତେ ପଢିବ 

ସେତେ ତେଜିବାକୁ ହେବ 

ହସ ଲୁହର ଚାବି 

ବତୁରି ନ ଉଠୁ ତମ ହୃଦ 

ହାତ ବଢାଅନି 

ପୋଛି ଦେବାକୁ 

ବହଳ ଅନ୍ଧାରକୁ 

ଦେଖ ମୁଁ ଏବେବି ହସୁଚି 

ମୋ ପରିଧି ଭିତରେ 

ଶେଷ ଯାଏ 

ଜଳିବାକୁ ଦିଅ 

ଲଣ୍ଠଣର ଅସ୍ତିତ୍ଵରେ ,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational