STORYMIRROR

Swagatika Nayak Lucylipi

Romance Fantasy

4  

Swagatika Nayak Lucylipi

Romance Fantasy

ପହିଲି ପ୍ରେମ

ପହିଲି ପ୍ରେମ

1 min
325

ହାଏ ଏ ଜହ୍ନ ରାତି

ଲାଗେ ନୂଆ ଯେମିତି

ସିଏ ଆସିଲା ପରେ

ଆଇନାରେ ମୁହଁ ଦେଖି 

ଆଖି ଲାଜକରେ,

ଫୁଲେଇ ଫଗୁଣ କହେ

ପହିଲି ପ୍ରେମର ଛୁଆଁ

ଶିଖେଇଲା ଲାଜ ତୋତେ

ଚାଲୁ ଚାଲୁ ଝୁଣ୍ଟିବୁ କେତେ,

ଓଢଣି ମୋ କହେ ଓଢଣା ହେବ

ମଥାରେ ମୋ ଜହ୍ନ ହସିବ

ଗଭାରେ ଗଜରା ମୋ ହସି ଉଠିବ

ଜାଣିତ ନଥିଲି 

ପ୍ରେମରେ ପଡିଲେ କାଳେ

ଏମିତି ହୁଏ,

ସପନରେ ତା ସହ ନିତି ଭେଟହୁଏ

ସିଏ କହେ କିଛି ଦିନ ଯାଉ ତୋଠୁ ତୋତେ

ଚୋରେଇ ନେବି

ଛାତିତଳ କୋଠରୀରେ ଲୁଚେଇ ରଖିବି,

ବୁଝିଗଲି ପହିଲି ପ୍ରେମରେ

କାଳେ ଏମିତି ହୁଏ

ତା ପାଇଁ ଏଇ ମନ ଝୁରୁଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance