STORYMIRROR

Swagatika Nayak Lucylipi

Inspirational Thriller

4  

Swagatika Nayak Lucylipi

Inspirational Thriller

ସ୍ମୃତି

ସ୍ମୃତି

1 min
259


ସ୍ମୃତି, 

ସ୍ୱପ୍ନର ଧନୁରୁ 

ଖସି ଯାଇଥିବା ତୀର

ଓଠରୁ ବାହାରି ଯାଇଥିବା 

ବାକ୍ୟର ଗାର,, 

ସ୍ମୃତି 

ଅତୀତ ଆଇନାର 

ପ୍ରତିଛବି 

ଅତୀତକୁ ମନେ ପକାଇଲେ

କେହି କେହି 

ପାଲଟନ୍ତି କବି,, 

ସ୍ମୃତି 

ଅନ୍ଧାର ଭିତରେ 

ଆଲୋକର ପ୍ରଥମ କିରଣ 

ବାଟୋଇର 

ଆଞ୍ଜୁଳାଏ ଜଳସାଜି 

ବଞ୍ଚାଏ ତା ପ୍ରାଣ,

ପୁଣି 

ମରୁଭୂମିରେ ଜଳର 

ପ୍ରଥମ ଆବିଷ୍କାର, 

ମରୁଉଦ୍ୟାନରେ 

ଫୁଲର 

ପଞ୍ଚମ ତାନର ସ୍ୱର, 

ସ୍ମୃତି ଏକ ରଚନା

ଯେଉଁ ସ୍ମୃତି ରଚନାକୁ 

ପୃଷ୍ଠା ପୃଷ୍ଠା 

ଆଡେଇ ପଢ଼ି ହୁଏ 

ଭୁଲ କେଉଁଠି ଜାଣି ହୁଏ 

ହେଲେ ସଂଶୋଧନ 

କରିହୁଏ ନାହିଁ 

ଯାହା ପଶ୍ଚାତାପ ନିଆଁରେ 

ଜାଳୁଥାଏ 

କ୍ଷତାକ୍ତ କରେ ମନକୁ 

ପୁଣି ଆନନ୍ଦ ଦିଏ

ଆଉ ବର୍ତ୍ତମାନକୁ ସଜାଡେ 

ଭବିଷ୍ୟତର ପ୍ରେରଣା ସାଜେ,,,, 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational