STORYMIRROR

Swagatika Nayak Lucylipi

Children Stories Tragedy Children

3  

Swagatika Nayak Lucylipi

Children Stories Tragedy Children

ଜରି ଗୋଟାଉଥିବା ଝିଅ

ଜରି ଗୋଟାଉଥିବା ଝିଅ

1 min
186


ସାତସିଆଁ ପୋଷାକରେ 

ଯାର ସାତ ବର୍ଷ କଟିଯାଏ

ସହର ସାରା ଛିଣ୍ଡା ବସ୍ତା ଧରି

ଜରି ଗୋଟାଉଥିବା ଝିଅଟିଏ,,

ଯାର ବଞ୍ଚିବା ପାଇଁ ସକାଳୁ ସଞ୍ଜ

ଅଳିଆ ସହ କରିବାକୁ ପଡେ

ବୁଝାମଣା,,

କେହି କେହି ହସନ୍ତି

ଘରର ସବୁ ଅସନା ଜରି ରାସ୍ତାରେ ପକାନ୍ତି

ସେ, ଖୁସି ହୁଏ

ଶୁଭ ମନାସେ

ସଯତ୍ନେ ଜରି ବସ୍ତାରେ ରଖେ,

ଆଉ ଭାବେ

କେଡେ ଉଦାର ଏମାନେ

ସେ , କଣ ଜାଣିଛି !?

ସେ, ଜରି ବିହୀନ କରେ 

ରାସ୍ତା ଆଉ ଘାଟ

ବାଃ ! ବାଃ ! ପାଏ କିଏ ?

ତଥାପି

ସହୃଦୟର ହାତଟେ

ବଢି ଯାଏନି ତା ପାଖକୁ

ବଂର, ଅପରିଷ୍କାର ଅପରିଚ୍ଛନ୍ନତା ପାଇଁ

ଟେକନ୍ତି ନାକକୁ,,

ସର୍ବଶିକ୍ଷା ଅଭିଯାନ

ମଧ୍ୟାନ୍ନ ଭୋଜନ,ମାଗଣା ଡ୍ରେସ କି ଅଣ୍ଡା 

ଆକର୍ଷିତ କରିପାରେନା ତାକୁ

ସେ କେବଳ ଏତିକି ଜାଣିଚି

ନିଆଁଲଗା ପେଟପାଇଁ

ସାଲିସ କରିବାକୁ ହେବ

ସମୟ ଆଉ ଭାଗ୍ୟ ସହ,,,,,,,|



Rate this content
Log in