STORYMIRROR

Swagatika Nayak Lucylipi

Tragedy Classics Inspirational

4  

Swagatika Nayak Lucylipi

Tragedy Classics Inspirational

ବାପା ନଥିବା ପୃଥିବୀ

ବାପା ନଥିବା ପୃଥିବୀ

1 min
36


ରାସ୍ତାକଡ ବତୀଖୁଣ୍ଟର

ଭାଗ୍ୟଠାରୁ ଖୁବ ଶସ୍ତା

ବସଷ୍ଟପର ପାନଛେପ କାନ୍ଥଠାରୁ

ଖୁବ ବିକଳାଙ୍ଗ

ବାପାନଥିବା ପୃଥିବୀର ଝିଅ ।

କେହି ଅପପ୍ରଚାର କରେ

ଝିଅଟା ମୁହଁଖୋର ବୋଲି

ପ୍ରେମରେ ବଞ୍ଚି ଶିଖିନି

ଝିଅଟା କି ବୁଝେଇପାରେ

ବୟସ ବଢେ,ବୟସ ଗଡେ

ରଙ୍ଗ ଫିକା ପଡେ

ସମୟ ସହ ପ୍ରେମ ସରେ ।

କଣ୍ଢେଇ ନୁହେଁ କି ସଢେଇ ଖେଳ

ଜୀବନ ସଉଦା ସରେ

ସବାରୀ ଉଠେ କି

କୋକେଇ ଉଠେ

ଝିଅବା କୋଉ କହିପାରେ ।

କଣା ମାଠିଆରେ 

ପାଣି ଭରିବାକୁ କାହିଁ ଆଣ୍ଟ ଝିଅର !!

ବାପାଙ୍କ ସହ ମେଳାରେ

ଚିଲ୍ଲେଇ ଚିଲ୍ଲେଇ ସବୁ କଣ୍ଢେଇ ମୋର ମୋର

କହିପାରୁଥିଲା ଝିଅ,

ହେଲେ ଆଜି 

ବାପାନଥିବା ପୃଥିବୀରେ

ମୁଠେ ବାଲିକୁ ବଳ ନାହିଁ ଝିଅର,

କିରୋସିନ ଗନ୍ଧରେ

ତାଲା ପକେଇ ପାଟିରେ

ପରୀକ୍ଷା ଦେଉଥିଲା ଜୀବନ ମୃତ୍ୟୁର ।

ତଉଲୁଥିଲା ଝିଅ

ଈଶ୍ୱର ନା ବାପା!!

ଭାରି ହେଉଥିଲେ ବାପା

ଅଭିଯୋଗ ଈଶ୍ୱରଙ୍କ ପୀଇଁ

ବାପାଙ୍କୁ ଈଶ୍ୱର କରିବା କଣ

ନିହାତି ଜରୁରୀ ଥିଲା !?

ଈଶ୍ୱର ନିରୁତ୍ତର

ଝିଅ କିନ୍ତୁ ଆଶାନେଇ ବସିଥିଲା

ପ୍ରତ୍ୟୁତ୍ତରର,

ଈଶ୍ୱରଙ୍କୁ ଧନ୍ୟବାଦ ଦେଲା ଝିଅ

ବାପା ନଥିବା ପୃଥିବୀରେ

ଝିଅଟି ଅଲୋଡା ହେବାର ଦେଖି

ଈଶ୍ୱର ଧିରେ ଧିରେ ପାଲଟୁ ଥିଲେ ପଥର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy