STORYMIRROR

Swagatika Nayak Lucylipi

Romance

3  

Swagatika Nayak Lucylipi

Romance

କିଛି ଦାଗ ପ୍ରେମର

କିଛି ଦାଗ ପ୍ରେମର

1 min
232


 ହସି ଦେଇ ବୋଳିନେଲି ଯାହା

ମୋ ସାରା ଦେହରେ 

ସେ ସାତ ରଙ୍ଗଠୁ ନିଆରା

ଛାତିରେ ଦାଗ ହେଇ ଇନ୍ଦ୍ରଧନୁ ଟାଣେ

କେହି ଅଲାଜୁକି କହିଲେ

ଫିକ୍ କରି ହସେ ,ଲାଜକରେ

ଲୁଚେଇଲେ କୋଉ ଲୁଚେଯେ

ସେ ପରା ପ୍ରେମର ଦାଗ,,

ବୟସର କାନଭାସରେ 

ପ୍ରେମ ଦାଗ ହେଇ ଝୁଲେ

ଅପବାଦ ମିଠା ଲାଗେ 

କହିଦେବାକୁ ଇଚ୍ଛାହୁଏ

ହେଇ ଦେଖ ମୁଠା ମୁଠା ବୋଳିଛି 

ମୋ ଆତ୍ମାରେ ପ୍ରେମର ରଙ୍ଗୋଲି

ତମେ ଧୋଇପାରିବନି ଚେଷ୍ଚାକଲେ

ଏ ପରା ପ୍ରେମର ମିଠା ଦାଗ

ଥରେ ଲାଗିଲେ ଆଉ କି ଛାଡେ ଯେ

ତମେ ମାନ କି ନ ମାନ 

ସ୍ୱୀକାରି ନେଇଛି ଜନ୍ମ ଜନ୍ମାନ୍ତରକୁ

ସ୍ୱର୍ଗୀୟ ପ୍ରେମକୁ,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance