STORYMIRROR

Swagatika Nayak Lucylipi

Romance Others

2  

Swagatika Nayak Lucylipi

Romance Others

ମିଛକଥା

ମିଛକଥା

1 min
25


ଦିନଟାରେ ଯୋଗୀ ହସେ,କେନ୍ଦେରାକହେ ନାହିଁ ମୋହ

ରାତିଟାରେ ଜହ୍ନଖୋଜେ, ଯୋଗୀର କେନ୍ଦେରାରେ କୋହ,,,,,,୧

ପେଟର ନିଆଁ ଦେଖିଛ କି ,କେମିତି ଜଳାଏ ଜାଳେ

କେଉଁ ଭାଗ୍ୟନେଇ ଯୋଗୀ ମାଗିଥାନ୍ତା ହାତ,ଭାତ ମୁଠେ ନାହିଁ କପାଳେ,,,,,,୨

ପ୍ରେମରେ କୋଉ ପେଟ ପୁରେ ଛପରକୁ ଢାଙ୍କେ ଦେହ

ପ୍ରେମରେ ଯେ ମଣିଷଟା ଯୋଗୀହେଇଗଲା,ଏକଥା କିଏ କହେ କହ,,,,,୩

ମରିଗଲା ତରିଗଲା କିଏ ବା ଅଛି କାନ୍ଦିବାକୁ

ରାଜାଝିଅ ତକିଆ ଓଦାହେଲେ, ଛାତି ନାହିଁ ବୁଝିବାକୁ,,,,,,୪

ମଶାଣିରେ ଭୂତ ହେଇ ଯୋଗୀକରେ ଅଭିଯୋଗ, ହେ ଭବ

ପାପା ପୁଣ୍ୟ ନା ପ୍ରେମରେ ମଲେ ଏମିତିକା ଅନୁଭବ,,,,,୫

ଈଶ୍ବର ନୀରବ,ଯୋଗୀ ନୀରବ, ପବନରେ କିଛି ଶବ୍ଦ

ରାଜାଝିଅ ନାଲିଚୂଡି,ନାଲିଶଙ୍ଖା,ସିନ୍ଦୁରରେ ଆବଦ୍ଧ,,,,୬

ପ୍ରେମବୋଲି ଯାହାକୁସେ ଦେଇଥିଲା,ଯୋଗୀସାଥେ ଗଲା

ଶୁଖିଲା ଦେହରେ ମେଞ୍ଚେତାତି ଭରି ,ଜହ୍ନ ହସୁଥିଲା,,,,,,୭

ସବୁରାତି ରତିରାତି ନୁହେଁ , ମିଛକଥା ଏ ସତୀ ନୁହେଁ

ସେ ବି ମିଛକଥା ପ୍ରେମ ହୁଏ ଥରେ ନୁହେଁ ଥରେ ନୁହେଁ,,,,,୮

ରାସ୍ତାଟା ଲମ୍ବିଥିଲା ମଶାଣି ଯାଏଁ, ଯୋଉଠି ଯୋଗୀକେବେ ଶୋଇନାହିଁ

ଚୁଡିଖୋଲି ଧାଇଁଲା ରାଜାଝିଅ,କେନ୍ଦେରାରେ ସେ ସ୍ବର କାହିଁ,,,,,୯

ମିଛକଥା ଫେରିଯା ତୁ ରାଜାଝିଅ,ଛାତିନାହିଁ ପ୍ରେମନାହିଁ

ସତକଥା ମିଛକଥା ଯୋଗୀ କେବେ ପ୍ରେମ କରିନାହିଁ,,,,,,୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance