ପିଲାଦିନ
ପିଲାଦିନ
ପିଲାବେଳ ମୋ ପିଲାବେଳେ
ଫେରେଇ ଦେ ସେ ଖୁସିବେଳ
ଥିବାଯାଏ ମୁଁ ଖୁସିଥାଏ
ଜୀବନ ଯାକ ହସୁଥାଏ।
ଦିନ ଥିଲା ମୁଁ ହସୁଥିଲି
ସବୁ କଥା ମୁଁ ଶିଖୁଥିଲି
ହେଲେ ଆଜି ନାହିଁ ସେ ଦିନ
ଆସିବ କି ସେ ପିଲାଦିନ?
ମୋ ଇଚ୍ଛାରେ ମୁଁ ବୁଲୁଥିଲି
କେତେ ମୁଁ କଥା ଭାବୁଥିଲି
ଭୁଲି ପାରିବିନି ସେ ଦିନ
ଆସିବ କି ସେ ପିଲାଦିନ?
ମାମୁଁଘରକୁ ଯାଉଥିଲି
କେତେ ଜିନିଷ ଖାଉଥିଲି
ସ୍ମୃତି ହୋଇଗଲା ସେ ଦିନ
ଫେରିବ କି ସେ ପିଲାଦିନ?
କାଦୁଅରେ ମୁଁ ଖେଳୁଥିଲି
ପୋଖରୀରେ ମୁଁ ଡେଉଁଥିଲି
କାନ୍ଥରେ ଅଛି ସେହି ଚିହ୍ନ
ଦେଖିବ କି ସେ ପିଲାଦିନ?